www.samajalive.in
Sunday, December 7, 2025
13.1 C
Bhubaneswar

ରାଶିଫଳ: ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭ ପାଇବେ ଏହି ରାଶିର ବ୍ୟକ୍ତି

ମେଷ: ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି। ବିଭୂଦତ୍ତ ପ୍ରତିଭାସମ୍ପନ୍ନ ହେବେ। ବାଣିଜ୍ୟ କାରବାରରେ ଲକ୍ଷ୍ମୀ ବରଦାୟିକା ହେବେ। ସପତ୍ନୀକ ଧର୍ମୀୟ ଭାବନାରେ ଉଦ୍‌ବୁଦ୍ଧ ହେବେ।

ବୃଷ: ଭାଇଙ୍କ ସହିତ ଶ୍ରଦ୍ଧା ଓ ବିଶ୍ବାସ ରଜ୍ଜୁରେ ଅନୁବନ୍ଧିତ ହୋଇପାରନ୍ତି। ଆୟର ସ୍ବଳ୍ପତା ଦୃଷ୍ଟିରୁ ଖର୍ଚ୍ଚକୁ ସୀମିତ ରଖିବାକୁ ବାଧ୍ୟ ହେବେ। ଅଜାତ ଶତ୍ରୁ ହେବେ। ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭ ପ୍ରାପ୍ତ ହେବେ।

- Advertisement -

ମିଥୁନ: ବାକ୍‌ ସଂଯମତା ଆପଣଙ୍କ ପ୍ରାଣ ଶକ୍ତି ଓ ସ୍ମରଣ ଶକ୍ତିକୁ ଉଦ୍‌ଜୀବିତ କରି ରଖିବ। ବିଭିନ୍ନ ସୂତ୍ରରୁ ଧନାଗମ ପାଇଁ ଲକ୍ଷ୍ମୀ ବରଦାୟିକା ଅଛନ୍ତି। ଲଟେରି ଉଠାଣ ଫଳ ସପକ୍ଷରେ ଯାଇପାରେ। ତେଜସ୍ବୀ ହେବେ।

କର୍କଟ:  ଧର୍ମୀୟ ବିଚାରରେ ଉଦାର ସ୍ବଭାବର ହୋଇ ସର୍ବଧର୍ମ ପ୍ରାର୍ଥନାରେ ଯୋଗ ଦେଇପାରନ୍ତି। କୃଷି ବିଶାରଦ ହେବେ। ଶ୍ରମ ଓ ନିଷ୍ଠାର ମହତ୍ବ ଉପଲବ୍ଧି କରିପାରନ୍ତି। କେବଳ ଜ୍ୟେଷ୍ଠ ନୁହନ୍ତି; ଶ୍ରେଷ୍ଠ ହେବେ।

ସିଂହ: କୃଚ୍ଛ୍ର ସାଧନା ଓ ତପ ଆଚରଣ ପାଇଁ ଗିରିରାଜ ହିମାଳୟର ଆମନ୍ତ୍ରଣ ରକ୍ଷା କରି ପାରନ୍ତି। ଈଶ୍ବରୀୟ ଚେତନାରେ ଉଦ୍‌ବୁଦ୍ଧ ହେବେ। ଆଚରଣ ଓ ଉଚ୍ଚାରଣ ଭଦ୍ରୋଚିତ ହେବ। ସର୍ବତ୍ର ବିଜୟୀ ହେବେ।

କନ୍ୟା: ସତ୍‌ ପରାୟଣ ହେବେ। ଆଧ୍ୟାତ୍ମ ହେଉଛି ଜୀବନର ରକ୍ଷା କବଚ; ଆତ୍ମ ମୂଲ୍ୟାଙ୍କନ ଦ୍ବାରା ବ୍ୟକ୍ତିତ୍ବର ବିକାଶ ସାଧନ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମର ଧାରା ଅବ୍ୟାହତ ରହିବ। ସହନଶୀଳ, ଶାନ୍ତିପ୍ରିୟ ହେବେ।

ତୁଳା: ସତ୍‌ସଙ୍ଗୀ ହେବେ; ମାତ୍ର ସତ୍‌ସହିତ ସୁସମ୍ପର୍କ ଯୋଡ଼ିପାରିଲେ ସତ୍‌ସଙ୍ଗର ସୁଫଳ ମିଳିବ। ଆୟ ଆଶାନୁରୂପ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଉତ୍ତମ ସ୍ବାସ୍ଥ୍ୟ ଲାଗି ଆହାର ସୁଧାର କରିବା ଉଚିତ।

ବିଛା: ସାମୟିକ ଭାବେ ଏକାନ୍ତରେ ମୌନ ରହି ସାଧନାରେ ବ୍ରତୀ ହେବେ ଓ ସିଦ୍ଧି ପ୍ରାପ୍ତ ହେବେ। ଧନର ଅନ୍ତଃ ପ୍ରବାହ ଅବ୍ୟାହତ ରହିବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ସାହସୀ ଓ ଜ୍ଞୀନ ହେବେ।

ଧନୁ: ଈପ୍‌ସିତ ପଦାର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜୀବନକୁ ସହଜ ଭାବେ ଗ୍ରହଣ କରିବାର ପ୍ରବୃତ୍ତି ଆପଣଙ୍କଠାରେ ଅଛି। ରାଜଧନ ପ୍ରାପ୍ତି ସହିତ ସକାରାତ୍ମକ ସମର୍ଥନ ପ୍ରାପ୍ତ ହେବେ। ଉଚ୍ଚ ସମ୍ମାନର ଅଧିକାରୀ ହେବେ।

ମକର: ମନରେ ଧ୍ୟାନର ଦୀପ ଜଳାଇ ଅନ୍ଧକାରକୁ ଆଲୋକିତ କରିପାରନ୍ତି। ପ୍ରସନ୍ନ ମନରେ ଦୀନ ଦରିଦ୍ରଙ୍କୁ ସହାନୁଭୂତି ପ୍ରଦର୍ଶନ କରିପାରନ୍ତି। ଗୃହ ପରିବେଶ ଉତ୍ତମ ମାନର ହେବ। ସରକାରୀ ଅର୍ଥ ମିଳିପାରେ।

କୁମ୍ଭ: ଆତ୍ମସଂଯମୀ ହୋଇ ଇନ୍ଦ୍ରିୟ ଲାଳସାକୁ ଆୟତ୍ତ କରିବେ। ଈଶ୍ବରୀୟ ବିଶ୍ବାସରୁ ଶାଶ୍ବତ ଶାନ୍ତିର ସନ୍ଧାନ ପାଇବେ। ରଚନାରେ ଅନବଦ୍ୟ ଶବ୍ଦ ତରଙ୍ଗ ସୃଷ୍ଟି କରିପାରନ୍ତି। ସକାରାତ୍ମକ ଚିନ୍ତାଧାରା ଉଦ୍ରେକ ହେବ।

ମୀନ: ଆଶାକୁ ଜୀବନର ଆଧାର କରିପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ବଳଶାଳୀ ହୋଇପାରନ୍ତି। ଶାରୀରିକ ଓ ମାନସିକ ସ୍ତରରେ ବିଭିନ୍ନ ସମସ୍ୟା ଘଟିପାରେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories