ଜମ୍ମୁ: ପୁଲୱାମା ଆକ୍ରମଣ ଘଟଣାରେ ଏକ ବଡ଼ ତଥ୍ୟ ପଦାକୁ ଆସିଛି। ପାକିସ୍ତାନ ଆର୍ମି ହସ୍ପିଟାଲରୁ ଜେଇଏମ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ ଆଝାର ଏହି ଆକ୍ରମଣର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଗୁରୁବାର ଦିନ ଆକ୍ରମଣ କରିବାକୁ ମାସୁଦ ତାଙ୍କ ସହଯୋଗୀମାନଙ୍କୁ ଆଦେଶ ଦେଇଥିଲେ। ପରେ ଏହି ଆକ୍ରମଣ କରାଯାଇଥିଲା, ଯେଉଁଥିରେ ଭାରତୀୟ ସେନାର ୪୦ ଯବାନ ଶହୀଦ ହୋଇଥିଲେ।
ସୂଚନାଯୋଗ୍ୟ, ମାସୁଦ ରୋଗାକ୍ରାନ୍ତ ହୋଇ ପାକିସ୍ତାନର ରାଓଲପିଣ୍ଡିସ୍ଥିତ ଆର୍ମି ହସ୍ପିଟାଲରେ ୪ମାସ ହେବ ଚିକିତ୍ସିତ ହେଉଛନ୍ତି। ସେ ଏକ ଭିଡିଓ ମେସେଜ ଜରିଆରେ ଆକମ୍ରଣ କରିବାକୁ ସହଯୋଗୀମାନଙ୍କୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ନିଜ ପୁତୁରା ଉସମାନଙ୍କ ମୃତ୍ୟୁର ପ୍ରତିଶୋଧ ନେବା ଲାଗି ମାସୁଦ ଚାହୁଁଥିଲେ। ୨୦୧୮ରେ ଯବାନଙ୍କ ଗୁଳିରେ ଉସମାନଙ୍କ ମୃତ୍ୟୁ ଘଟିଥିଲା।



