www.samajalive.in
Sunday, December 7, 2025
13.1 C
Bhubaneswar

୯ ବର୍ଷ ପରେ ଆଇପିଏଲ୍ ଫାଇନାଲକୁ ଗଲା ଆରସିବି

ଚଣ୍ଡୀଗଡ : ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ୯ ବର୍ଷ ପରେ ଆଇପିଏଲ୍ ଫାଇନାଲରେ ପହଞ୍ଚିଛି । ଦଳ ଗୁରୁବାର କ୍ବାଲିଫାୟର-୧ରେ ପଞ୍ଜାବ କିଙ୍ଗ୍ସକୁ ୮ ଓ୍ବିକେଟରେ ହରାଇଛି । ଓପନର ଫିଲ୍ ସଲ୍ଟ ୫୦ ରନ୍ କରିଛନ୍ତି । ଜୋଶ୍ ହେଜଲବୁଡ୍ ଓ ସୁୟଶ ଶର୍ମା ୩-୩ ଓ୍ବିକେଟ ନେଇଛନ୍ତି । ନ୍ୟୁ ଚଣ୍ଡୀଗଡର ମହାରାଜା ୟାଦବେନ୍ଦ୍ର ସିଂହ ଷ୍ଟାଡିୟମରେ ଗୁରୁବାର ବେଙ୍ଗାଲୁରୁ ବୋଲିଂ ଚୟନ କରିଥିଲା । ପଞ୍ଜାବ କିଙ୍ଗ୍ସ ୧୪.୧ ଓଭରରେ ୧୦୧ ରନ୍ ସଂଗ୍ରହ କରିଥିଲା । ମାର୍କସ ଷ୍ଟୋୟନିସ୍ ୨୬ ରନ୍ କରିଥିଲେ । ରଜତ ପାଟିଦାର ଛକା ଲଗାଇ ଦଳକୁ ଫାଇନାଲରେ ପହଞ୍ଚାଇଲେ ।ବେଙ୍ଗାଲୁରୁ ଚତୁର୍ଥ ଥର ଆଇପିଏଲ ଫାଇନାଲରେ ସ୍ଥାନ ହାସଲ କଲା । ଦଳ ୨୦୧୬ରେ ଶେଷ ଥର ଖେଳି ରନର ଅପ୍ ରହିଥିଲା । ଆରସିବି ଏବେ ୩ ଜୁନରେ ଅହମଦାବାଦରେ ଫାଇନାଲ ଖେଳିବ । ପଞ୍ଜାବ କିଙ୍ଗ୍ସ ୧ ଜୁନରେ କ୍ବାଲିଫାୟର-୨ ରେ ଏଲିମିନେଟରର ବିଜେତା ସହ ମୁହାଁମୁହିଁ ହେବ । ଏଲିମିନେଟର ଶୁକ୍ରବାର ମୁମ୍ବଇ ଓ ଗୁଜରାତ ମଧ୍ୟରେ ହେବ ।

ଦେଖନ୍ତୁ ଭିଡିଓ ; ‘ରଖେ ହରି ତ ମାରେ କିଏ’, ୨୨ ଚକିଆ ଟ୍ରକ୍‌ ଚକା ତଳକୁ ସ୍କୁଟି ସହ ପଡିଗଲେ ବ୍ୟକ୍ତି, ଆଉ ତା’ପରେ..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories