www.samajalive.in
Sunday, December 7, 2025
23.1 C
Bhubaneswar

ଆମେରିକାରେ ଚିନ୍ତା ବଢାଇଲା କରୋନା; ସପ୍ତାହରେ ୩୫୦ ମୃତ

ନୂଆଦିଲ୍ଲୀ : ଭାରତରେ କରୋନା ଭୂତାଣୁ ମାମଲା ଗମ୍ଭୀର ହୋଇନାହିଁ । ମାତ୍ର ଆମେରିକାରେ କରୋନା ଚିନ୍ତା ବଢାଇଛି । ଆମେରିକାରେ ପ୍ରତ୍ୟେକ ସପ୍ତାହରେ ୩୫୦ ଜଣଙ୍କ ମୃତ୍ୟୁ କୋଭିଡ୍‌ କାରଣରୁ ହୋଇଛି । ଆମେରିକା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ୩୫୦ ନାଗରିକଙ୍କ ମୃତ୍ୟୁ ଗତ ସପ୍ତାହେ ମଧ୍ୟରେ ହୋଇଛି । ଅଧିକାଂଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ।

ଆମେରିକାରେ କରୋନା ଭୂତାଣୁର ନୂଆ ସବ୍‌ ଭାରିଆଣ୍ଟ ଏନବି.୧.୮.୧ ଡରେଇବାକୁ ଲାଗିଲାଣି । ଆମେରିକାରେ ୨୦୨୧ ସମୟରେ ନିୟମିତ ପ୍ରାୟ ୨୬ ହଜାର ମୃତ୍ୟୁ ହୋଇଥିଲା । ଚୀନ ସହ ସିଙ୍ଗାପୁର, ହଂକଂ, ଥାଇଲ୍ୟାଣ୍ଡ ଭଳି ସ୍ଥାନରେ ଏହି ନୂଆ ସବ୍‌ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ।

ଗ୍ରାହକଙ୍କ ପାଇଁ ଖୁସି ଖବର ; ଜିଓ / ବିଏସଏନଏଲ, ଜାଣନ୍ତୁ କାହାର ପ୍ଲାନ୍‌ ସବୁଠାରୁ ଶସ୍ତା, ଗୋଟିଏ ରିଚାର୍ଜରେ ପରିବାରର ୪ ଜଣ ପାଇବେ ସବୁ ସୁବିଧା..

- Advertisement -

ଆମେରିକା ବିମାନବନ୍ଦରରେ ବିଦେଶ ଫେରସ୍ତା ଯାତ୍ରୀଙ୍କ ଯାଞ୍ଚ ରେ ଏହି ସବ୍‌ ଭାରିଆଣ୍ଟ ମିଳିଥିଲା । ନ୍ୟୁୟର୍କ, କାଲିଫର୍ଣ୍ଣିଆ, ୱାଶିଂଟନ ଆଦି ଅନେକ ସହରରେ ଏହା ଦ୍ରୁତ ଗତିରେ ବ୍ୟାପୁଥିବା ଦେଖାଯାଇଛି । ଜାପାନ୍‌, ଦକ୍ଷିଣ କୋରିଆ, ଫ୍ରାନ୍ସରେ ମଧ୍ୟ ଏହି ଭାଇରସ୍‌ ପହଞ୍ଚି ସାରିଛି ।

ଡାକ୍ତରମାନେ କହିଛନ୍ତି ଯେ ଅନେକ ରୋଗୀ ଆରମ୍ଭରେ ଚିକିତ୍ସାକୁ ଅଣଦେଖା କରି ଥାନ୍ତି । ସଂକ୍ରମଣ ଗୁରୁତର ହେବା ପରେ ହିଁ ହସ୍ପିଟାଲରେ ପହଞ୍ଚନ୍ତି ଏବଂ ପରେ ସେମାନଙ୍କୁ ବଞ୍ଚାଇବା କଷ୍ଟକର ହୋଇଯାଏ।
ପୂର୍ବରୁ ପ୍ରଚଳିତ କୋଭିଡ୍ ଟିକାର ହ୍ରାସ ପାଉଥିବା ପ୍ରଭାବକୁ ମଧ୍ୟ ଏହାର କାରଣ ଭାବରେ ବିବେଚନା କରାଯାଉଛି। ସିଡିସି କହିଛି ଯେ ୧୮ ବର୍ଷରୁ ଅଧିକ ବୟସର ୨୩ ପ୍ରତିଶତ ଲୋକଙ୍କୁ ୨୪ ଏପ୍ରିଲ ପର୍ଯ୍ୟନ୍ତ ନୂତନ କୋଭିଡ୍-୧୯ ଟିକା ଦିଆଯାଇଛି।

୫୦୦ ବର୍ଷ ପରେ ଗ୍ରହଙ୍କ ମହାସଂଯୋଗ: ଏହି ୩ ରାଶିଙ୍କ ପାଇଁ ଆସିଗଲା ସବୁଠାରୁ ଶୁଭ ସମୟ, ଧନର ହେବ ବର୍ଷା, ହେବ ବିବାହ, କିଣିବେ ଘର,ଗାଡି..

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories