www.samajalive.in
Monday, December 8, 2025
14.1 C
Bhubaneswar

ଭତ୍ତା ଅର୍ଥ ହଡ଼ପ ଅଭିଯୋଗ; ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ

ଫୁଲବାଣୀ: ଗ୍ରୀଷ୍ମ ପ୍ରଭାବରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ପାଇଁ ସରକାର ଜୋତା ଓ ଛତା ପାଇଁ ୪୦୦ ଟଙ୍କା ମିଶାଇ ଭତ୍ତା ବଣ୍ଟନ କରା ଯିବା ପାଇଁ ନିର୍ଦ୍ଦେଶ ରହିଥିବାବେଳେ ଖାତାରେ ୧୪ ଶହ ଟଙ୍କା ଲେଖା ଯାଇ ଦିଆଯାଇଛି ୧୨ ଶହ ଟଙ୍କା। ଏହାକୁ ନେଇ ଶତାଧିକ ଗ୍ରାମବାସୀ ଏବଂ ହିତାଧିକାରୀ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଘେରିଛନ୍ତି । ଗୁରୁବାର କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଆଦିମ ଜନଜାତି କୁଟିଆ କନ୍ଧ ଅଧ୍ୟୁଷିତ ବେଲଘର ପଂଚାୟତରେ ଏପରି ପରିସ୍ଥିତି ଉପୁଜିଛି ।

ସୂଚନା ଅନୁସାରେ ପାଣ୍ଡା ମାସ୍କା ଗ୍ରାମର ସୁବୁନାଥ ମାଝି ଭତ୍ତା ଦେବା ଖବର ପାଇ ଗତ ବୁଧବାର ନିଜ ଭତ୍ତା ଖାତା ଧରି ପଞ୍ଚାୟତ କାର‌୍ୟ୍ୟାଳୟରେ ପହଞ୍ଚିଥିଲେ । ଏହା ପରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭତ୍ତା ଖାତାରେ ୧୪୦୦ଟଙ୍କା ଲେଖି ୧୨୦୦ଟଙ୍କା ଦେଇଥିଲେ । ନିରୀହ ସରଳ କୁଟିଆ ଆଦିବାସୀ ସୁବୁନାଥ ଟଙ୍କା ଭରା ଭତ୍ତା ଖାତା ଧରି ନିଜ ଘରକୁ ଫେରିବା ବାଟରେ ସରପଞ୍ଚ ଗୋବିନ୍ଦ ମାଝୀଙ୍କୁ ଦେଖା ହେଲା। ସରପଞ୍ଚ ସୁବୁନାଥଙ୍କୁ ଭତ୍ତା ଟଙ୍କା ପାଇଲକି ବୋଲି ପଚାରିବରୁ ସୁବୁନାଥ ହଁ ପାଇଲି କହି ଗଣିଲା ବେଳେ ମାତ୍ର ୧୨୦୦ଟଙ୍କା ଦିଆଯାଇଛି। ସରପଞ୍ଚ ସୁବୁନାଥଙ୍କୁ ପଚାରିଲେ ୧୪୦୦ଟଙ୍କା ଦେବାକଥା ୧୨୦୦ ଟଙ୍କା ଦେଇଛନ୍ତି କି ବୋଲି ପଚାରିବରୁ ହଁ ଏତିକି ହିଁ ଦେଇଛନ୍ତି କହିଥିଲେ ସୁବୁନାଥ। ଏହା ପରେ ସରପଞ୍ଚ ପଞ୍ଚାୟତ କାର‌୍ୟ୍ୟାଳୟକୁ ଯାଇ ପଞ୍ଚାୟତ କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ପଣ୍ଡାଙ୍କୁ କାହିଁକି ୨୦୦ଟଙ୍କା କାଟି ଭତ୍ତା ହିତାଧିକାରୀଙ୍କୁ ଦିଆଯାଉଛି ବୋଲି ପ୍ରଶ୍ନ କରିଥିଲେ ।

- Advertisement -

ଏହାପରେ କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଭତ୍ତା ବଣ୍ଟନ ରେଜିଷ୍ଟର ଛଡ଼ାଇ ନେଇ ଭତ୍ତା ବଣ୍ଟା ବନ୍ଦ କରିଥିଲେ ।
ସୂଚନା ଯୋଗ୍ୟ ଯେ ବେଲଘର ପଞ୍ଚାୟତରେ ମୋଟ ଭତ୍ତା ହିତାଧିକାରୀ ସଂଖ୍ୟା ୬୫୯ । ଏଥିମଧ୍ୟରୁ ୧୯୧ ଜଣଙ୍କୁ ବ୍ୟାଙ୍କ୍ ଖାତାରେ ଭତ୍ତା ସହାୟତା ମିଳୁଥିବା ବେଳେ ବଳକା ୪୬୮ ଜଣଙ୍କୁ ହାତରେ ଟଙ୍କା ପ୍ରଦାନ କରାଯାଉଛି । ଅପରପକ୍ଷେ ସରକାରଙ୍କ ଏହି ୪୦୦ ଟଙ୍କା ସହାୟତା ବାବଦରେ ଏଭଳି କୁଟିଆ କନ୍ଧ ବହୁଳ ଅଗମ୍ୟ ଅଞ୍ଚଳରେ ସମସ୍ତ ହିତାଧିକାରୀଙ୍କ ପାଖରେ ସୂଚନା ନାହିଁ । ତେବେ ଏହାର ସୁଯୋଗ ନେଇ ଅଧିକାରୀ ଜଣକ ହିତାଧିକାରୀଙ୍କ ଠାରୁ କାହାର ୨ ଶହ କାହାର ୩ ଶହ ଟଙ୍କା କମ୍ ଦେଇ ଭତ୍ତା ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି ।

ଏହି ବାବଦରେ ସରପଞ୍ଚ ଗୋବିନ୍ଦ ମାଝି କହିଛନ୍ତି ଯେ, ନିରୀହ ସରଳତାର ସୁଯୋଗ ନେଇ ଏକାଧିକ ହିତାଧିକାରୀଙ୍କୁ ୨ ଶହ ଟଙ୍କା କାଟି ଭତ୍ତା ଦିଆଯାଇଛି ଏହାକୁ ମୁଁ ଵିରୋଧ କରୁଛି। ଏହାର ତଦନ୍ତ କରାଯାଇ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି । ତେବେ ଏହା ବାବଦରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ପଣ୍ଡାଙ୍କୁ ପଚାରିବାରୁ ଭୁଲ ଭଟକା ଭାବରେ ହେଇଥାଇ ପାରେ ବୋଲି କହିଛନ୍ତି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories