ବୌଦ୍ଧ: ସୋମବାର ଅପରାହ୍ନରେ ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳ ଟନେଲ୍ ଭୁଶୁଡିପଡିଛି । ଅଡେଣିଗଡ଼ ନିକଟରେ କୌଣସି କାରଣରୁ ଭୁଶୁଡ଼ି ପଡିଛି ଏହି ନିର୍ମାଣାଧିନ ରେଳ ଟନେଲ । ଟନେଲ ଭୁଶୁଡିବା ପରେ ୩୦ ମିଟର ଦୀର୍ଘ ଗର୍ତ୍ତ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ତେବେ ଟନେଲ୍ ଭିତରେ ଶ୍ରମିକ ଫସିଛନ୍ତି ନା ନାହିଁ ସ୍ପଷ୍ଟ ହୋଇନି । ବର୍ଷା ଯୋଗୁଁ ଭୁଶୁଡିପଡିଥିବା ଅନୁମାନ କରାଯାଉଛି ।
ସାମ୍ନାକୁ ଆସିଲା ନୂଆ ଭିଡିଓ, ଲାହୋରରେ ଜ୍ୟୋତିଙ୍କୁ ସୁରକ୍ଷା ଦେଉଥିଲେ ପାକିସ୍ତାନୀ ପୁଲିସ



