www.samajalive.in
Sunday, December 7, 2025
13.1 C
Bhubaneswar

ସହିଦ ପତ୍ନୀଙ୍କ କଲ୍ୟାଣ ପାଣ୍ଠିକୁ ୧.୧୦ କୋଟି ଦାନ କଲେ ପ୍ରୀତି ଜିଣ୍ଟା

ନୂଆଦିଲ୍ଲୀ: ଭାରତୀୟ ସେନାର ସାଉଥ ୱେଷ୍ଟର୍ଣ୍ଣ କମାଣ୍ଡର ସେନା ପତ୍ନୀଙ୍କ କଲ୍ୟାଣ ସଂଗଠନ(ଏଡବ୍ଲ୍ୟୁଡବ୍ଲ୍ୟୁଏ)କୁ ୧କୋଟି ୧୦ଲକ୍ଷ ଟଙ୍କା ଦାନ କରିଛନ୍ତି ଅଭିନେତ୍ରୀ ପ୍ରୀତି ଜିଣ୍ଟା। ଆଇପିଏଲ ଟିମ୍ ପଞ୍ଜାମ କିଙ୍ଗସ୍‌ର ମାଲିକାଣୀ ଥିବା ପ୍ରୀତି ଏହି ଟିମ୍‌ର କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ(ସିଏସ୍‌ଆର) ପାଣ୍ଠିରୁ ଏହି ଅର୍ଥ ଦାନ କରିଛନ୍ତି। ବୀର ଯବାନଙ୍କ ସହିଦ ପତ୍ନୀ(ବୀର ନାରୀ) ଓ ସେମାନଙ୍କ ସନ୍ତାନଙ୍କ ଶିକ୍ଷା ଓ ବିକାଶ ଦିଗରେ ଏହି ପାଣ୍ଠି ବି​‌ନିଯୋଗ ହେବ। ଶନିବାର ସାଉଥ ୱେଷ୍ଟର୍ଣ୍ଣ କମାଣ୍ଡ ପକ୍ଷରୁ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ଯୋଗ ଦେଇ ପ୍ରୀତି କହିଥିଲେ ଯେ ବୀର ସୈନିକଙ୍କ ପରିବାରକୁ ସହଯୋଗ କରିବା ଆମ ପାଇଁ ଏକ ସମ୍ମାନ ଓ ଦାୟିତ୍ବର ବିଷୟ। ଆମର ସଶସ୍ତ୍ର ବାହିନୀ ଦେଶ ପାଇଁ ଯେଉଁ ତ୍ୟାଗ ଓ ବଳୀଦାନ ଦେଉଛନ୍ତି ଆମେ ତାକୁ କେବେହେଲେ ପରିଶୋଧ କରିପାରିବା ନାହିଁ। ମାତ୍ର ଆମେ ସେମାନଙ୍କ ପରିବାରକୁ ଆଗକୁ ବଢିବା ଲାଗି ସହଯୋଗର ହାତ ବଢାଇବା ଉଚିତ୍।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories