www.samajalive.in
Sunday, December 7, 2025
16.1 C
Bhubaneswar

ସହଭାଗିତାରେ ଆଗକୁ ବଢ଼ିବ ‘ସମାଜ’ – ରାଜକୁମାର

କଟକ: ପ୍ରତ୍ୟେକ ଅନୁଷ୍ଠାନରେ ପରିଚାଳକ ଏବଂ କର୍ମଚାରୀ ପରସ୍ପର ପରିପୂରକ। ‘ସମାଜ’କୁ ଆହୁରି ଆଗକୁ ନେବାକୁ ହେଲେ ସମସ୍ତଙ୍କର ସହଭାଗିତା ଲୋଡ଼ା। ବୃତ୍ତିଗତ ଦକ୍ଷତା ସହ ସବୁ ଅଧିକାରୀ ଓ କର୍ମଚାରୀ ନିଜ କର୍ତ୍ତବ୍ୟ ସମ୍ପାଦନ କରିଲେ ‘ସମାଜ’ ଆହୁରି ଶିଖରକୁ ଛୁଇଁବ ବୋଲି ମତବ୍ୟକ୍ତ କରିଛନ୍ତି ଲୋକସେବକ ମଣ୍ଡଳର ନବ ନିର୍ବାଚିତ ରାଷ୍ଟ୍ରୀୟ ସଭାପତି ଶ୍ରୀ ରାଜକୁମାର।

ବକ୍ସି ବଜାରସ୍ଥିତ ଗୋପବନ୍ଧୁ ଭବନ ‘ସମାଜ’ ସମ୍ମିଳନୀ କକ୍ଷରେ ଶୁକ୍ରବାର ସନ୍ଧ୍ୟାରେ ଉତ୍କଳମଣି ସମ୍ବାଦପତ୍ର କର୍ମଚାରୀ ସଂଘ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଲୋକସେବକ ମଣ୍ଡଳର କ୍ରମାଗତ ଭାବେ ତୃତୀୟ ଥର ପାଇଁ ନିର୍ବାଚିତ ରାଷ୍ଟ୍ରୀୟ ସଭାପତି ଶ୍ରୀ ରାଜକୁମାରଙ୍କ ସମେତ ମଣ୍ଡଳର ନୂତନ ସମ୍ପାଦକ ନିରଞ୍ଜନ ରଥ ଓ କୋଷାଧ୍ୟକ୍ଷ ରାଜେନ୍ଦ୍ର ଜେନାଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ରାଜକୁମାର କାର୍ଯ୍ୟକ୍ରମରେ ଉପସ୍ଥିତ ‘ସମାଜ’ର ଅଧିକାରୀ ଓ କର୍ମଚାରୀ ଏକାଠି ହୋଇ ଅନୁଷ୍ଠାନର ଉନ୍ନତି ପାଇଁ ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। କାମ କଲାବେଳେ ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକର ସକରାତ୍ମକ ଢଙ୍ଗରେ ସମାଧାନ ପାଇଁ ପ୍ରଚେଷ୍ଟା କରିବାକୁ ସେ ଆହ୍ବାନ ଦେଇଥିଲେ।

- Advertisement -

ବିଗତ ଏକବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ‘ସମାଜ’ ଅନୁଷ୍ଠାନ ପରିଚାଳନାରେ ରହିଥିବା ସମସ୍ୟା ଏବଂ ଏହାର ସମାଧାନ ବିଷୟରେ ଉଲ୍ଲେଖ କରି ଶ୍ରୀ ରାଜକୁମାର କହିଥିଲେ ଯେ, ସମସ୍ତଙ୍କ ସହଯୋଗ ମାଧ୍ୟମରେ ଅନୁଷ୍ଠାନର ବହୁ ସମସ୍ୟାର ସମାଧାନ କରାଯାଇପାରିଛି। କାରଣ ନ ଖୋଜିଲେ ସମସ୍ୟାର ସମାଧାନ ହେବା କଷ୍ଟକର। ‘ସମାଜ’ ସମ୍ମୁଖରେ ବହୁତ ଆହ୍ବାନ ରହିଛି। ଏ ସବୁର ନିରାକରଣ ଦିଗରେ ଆମେ କାମ କରୁଛୁ। ଏଥିପାଇଁ କର୍ମଚାରୀଙ୍କ ସହଯୋଗ ନିତାନ୍ତ ଆବଶ୍ୟକ। ‘ସମାଜ’ ଏକ ପରିବାର ଭଳି। ପାରିବାରିକ ଭାବନା ନେଇ କାର୍ଯ୍ୟ କଲେ ‘ସମାଜ’ ଅନୁଷ୍ଠାନ ଓ କର୍ମଚାରୀଙ୍କ ଉନ୍ନତି ହେବ ବୋଲି ଶ୍ରୀ ରାଜକୁମାର କହିଛନ୍ତି। ସେ କହିଛନ୍ତି, ପାରଦର୍ଶୀ ପ୍ରକ୍ରିୟାରେ ଏବେ ନ୍ୟୁଜପ୍ରିଣ୍ଟ କିଣାଯାଉଛି; ଯଦ୍ଦ୍ବାରା ବିଗତ ବର୍ଷ ତୁଳନାରେ ପ୍ରାୟ ୨୦% କମ୍‌ ଦରରେ ନ୍ୟୁଜପ୍ରିଣ୍ଟ କିଣା ଯିବା ଯୋଗୁଁ ‘ସମାଜ’କୁ ବଡ଼ ଧରଣର ଆର୍ଥିକ ଲାଭ ମିଳିପାରିଛି।

ଏହି ଅବସରରେ ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ କହିଛନ୍ତି ଯେ, ‘ସମାଜ’ ଅନ୍ୟ ଖବରକାଗଜ ସଂସ୍ଥା ତୁଳନାରେ ସ୍ବତନ୍ତ୍ର। ଏଠାରେ ଖବର ସହିତ ସେବାକୁ ପ୍ରାଧାନ୍ୟ ଦିଆଯାଇଥାଏ। ଗୋପବନ୍ଧୁଙ୍କ ନୀତି ଓ ଆଦର୍ଶରେ ଏହା ପରିଚାଳିତ ହୋଇ ଆସୁଛି। ‘ସମାଜ’ର ଅଧିକ ପ୍ରସାର ଓ ଗୁଣାତ୍ମକ ଖବର ଉପରେ ଅଧିକାରୀ ଏବଂ କର୍ମଚାରୀମାନେ ମିଳିତ ଭାବେ ଉଦ୍ୟମ କରିବାକୁ ସେ ଆହ୍ବାନ ଦେଇଥିଲେ।

କୋଷାଧ୍ୟକ୍ଷ ରାଜେନ୍ଦ୍ର ଜେନା କହିଛନ୍ତି ଯେ, ଓଡ଼ିଆ ଶିଖିବା ପାଇଁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ‘ସମାଜ’ ପଢ଼ିବାକୁ ପରାମର୍ଶ ଦେଇଥାନ୍ତି। ଏବେ ଭାଷାଗତ ବ୍ୟବହାର ଉପରେ ପରିବର୍ତ୍ତନ ଆସିଛି। ‘ସମାଜ’ରେ କିପରି ଅଧିକରୁ ଅଧିକ ଓଡ଼ିଆ ଶବ୍ଦର ବ୍ୟବହାର କରାଯାଇପାରିବ, ସେଥିପ୍ରତି ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଡ. ପ୍ରଭାସ ଆଚାର୍ଯ୍ୟ, ସମ୍ପାଦକ ତଥା କାର୍ଯ୍ୟବାହୀ ମୁଖ୍ୟ ପରିଚାଳକ ତପନ କୁମାର ମିଶ୍ରଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଗଣ ଉପସ୍ଥିତ ଥିଲେ। କାର୍ଯ୍ୟକାରୀ ବାର୍ତ୍ତା ସମ୍ପାଦକ ଅନୁପମ ପ୍ରହରାଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଂଘର ସଭାପତି କାଳୀପ୍ରସନ୍ନ ଶତପଥୀ ସ୍ବାଗତ ଭାଷଣ ଓ ସମ୍ପାଦକ ଶ୍ରୀକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories