www.samajalive.in
Tuesday, December 9, 2025
15.1 C
Bhubaneswar

ପାକିସ୍ତାନକୁ ଆମେରିକାର ନିର୍ଦେଶ: ଆତଙ୍କବାଦୀ ସଂଗଠନକୁ ପାଣ୍ଠିଦେବା ତୁରନ୍ତ ବନ୍ଦ କର

ୱାଶିଂଟନ: ଜାତିସଂଘ ଦ୍ବାରା ଘୋଷିତ ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଇବା ଏବଂ ଅନ୍ୟାନ୍ୟ ଆର୍ଥିକ ସହାୟତା ତୁରନ୍ତ ବନ୍ଦ କରିବାକୁ ଆମେରିକା ପାକିସ୍ତାନକୁ ନିର୍ଦେଶ ଦେଇଛି। କାଳ ବିଳମ୍ବ ନ କରି ଏହି ପଦକ୍ଷେପ ନେବା ଲାଗି ଆମେରିକା କହିଛି। ଆମେରିକା ଆହୁରି କହିଛି ଯେ, ବେଆଇନ ଘୋଷିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ) ଯେପରି ଆଗାମୀ ଭବିଷ୍ୟତରେ କୌଣସି ଆକ୍ରମଣ ନ ଘଟାଇବ ସେଥିଲାଗି ଦେଶ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ଆମେରିକାର ଜଣେ ମୁଖପାତ୍ର କହିଛନ୍ତି, ପାକିସ୍ତାନ ୨୦୦୨ରେ ଜେଇଏମକୁ ବୈଆଇନ ଘୋଷିତ କରିଛି। କିନ୍ତୁ ଏବେ ବି ଉକ୍ତ ସଂଗଠନ ପାକିସ୍ତାନରେ ଅପରେଟ କରୁଛି। ଆମେରିକା ଜେଇଏମକୁ ୨୦୦୧ରେ ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି ଏବଂ ଭବିଷ୍ୟତରେ ସଂଗଠନ ଯେମିତି ଆକ୍ରମଣ କରି ନ ପାରିବ ସେ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ଆମେ ମଧ୍ୟ ଆଶା କରୁଛୁ ପାକସ୍ତାନ ବି ତାହାର ଦାୟିତ୍ବ ପାଳନ କରୁ। ଅନ୍ୟପଟେ ଟ୍ରମ୍ଫ ପ୍ରଶାସନ ପାକିସ୍ତାନ ନିଜକୁ ଆତଙ୍କବାଦ ମୁକ୍ତ କରିବା ସହ ଆତଙ୍କବାଦୀ ସଂଗଠନଗୁଡ଼ିକୁ ସମର୍ଥନ କରିବା ବନ୍ଦ କରୁ ବୋଲି ନିର୍ଦେଶ ଦେଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories