ଜମ୍ମୁ: ପୁଲୱାମାରେ ସେନାର ବସ୍ ଉପରେ ଆକ୍ରମଣ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି। ଆକ୍ରମଣର ଶିକାର ହୋଇଥିବା ଯବାନଙ୍କ ବସଟି ବୁଲେଟପ୍ରୁଫ ନ ଥିଲା ବୋଲି ଫୋରେନସିକ ଟିମ ଏବଂ ଏନଏସଜି ତଦନ୍ତରୁ ଜଣାପଡ଼ିଛି। ଯବାନମାନେ ବସରେ ଯାଉଥିଲା ବେଳେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀ ୫ନମ୍ବର ବସ ସହିତ ବିସ୍ଫୋରକ ଭର୍ତ୍ତି ଗାଡ଼ି ଧକ୍କା କରାଇ ବିସ୍ଫୋରଣ ଘଟାଇଥିଲେ। ବସଟି ବୁଲେଟପ୍ରୁଫ ନ ଥିବାରୁ ବିସ୍ଫୋରଣରେ ଧ୍ଵସ୍ତବିଧ୍ଵସ୍ତ ହୋଇଯାଇଥିଲା। ବିସ୍ଫୋରଣରେ ଆତଙ୍କବାଦୀମାନେ ଆରଡିଏକ୍ସ ବ୍ୟବହାର କରିଥିଲେ। ପ୍ରାୟ ଦେଢ଼ କୁଇଣ୍ଟାଲରୁ ୨ କୁଇଣ୍ଟାଲ ଆରଡିଏକ୍ସ ବ୍ୟବହାର କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି।
ଫୋରେନସିକ ଓ ଏନଏସଜି ତଦନ୍ତ: ସେନାର ୫ନଂ. ବସ ବୁଲେଟ ପ୍ରୁଫ ନ ଥିଲା
Popular Categories



