ଶିକାଗୋ: ଚାକିରିରୁ ବହିଷ୍କାର କରାଯିବାରୁ ଜଣେ କର୍ମଚାରୀ କମ୍ପାନୀର ୫ କର୍ମଚାରୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଆମେରିକାର ଶିକାଗୋଠାରୁ ୬୫ କି.ମି. ଦୂର ଅରୋରାସ୍ଥିତ ହେନରି ପାଟ କମ୍ପାନୀରେ ଶୁକ୍ରବାର ରାତିରେ ଏହି ଘଟଣା ଘଟିଛି। ଏଥିରେ ୫ ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି। ଅରୋରା ପୁଲିସ ମୁଖ୍ୟ କ୍ରିଷ୍ଟେନ ଜିମାନଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ନାମ ଗ୍ୟାରୀ ମାର୍ଟିନ ଏବଂ ବୟସ ୪୫ ବର୍ଷ ହେବ। ସେ ଉକ୍ତ କମ୍ପାନୀରେ ୧୫ ବର୍ଷ ହେବ କାମ କରିଆସୁଥିଲେ। କିନ୍ତୁ ତାଙ୍କୁ ବହିସ୍କାର କରାଯିବା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ତାଙ୍କୁ ବହିଷ୍କାର କରାଯିବା ସମୟରେ ସେ କମ୍ପାନୀରେ ଏହି ଗୁଳିକାଣ୍ଡ ଘଟାଇଛନ୍ତି କି ପରବର୍ତ୍ତୀ ସମୟରେ ଆସି ଏଭଳି ଅଭାବନୀୟ କାଣ୍ଡ କରିଛନ୍ତି ତାହା ଜଣାପଡ଼ିନାହିଁ ବୋଲି ଜିମାନ କହିଛନ୍ତି।
Popular Categories



