www.samajalive.in
Sunday, December 7, 2025
14.1 C
Bhubaneswar

ଆଇପିଏଲ୍‌ର ପ୍ରଥମ ୨ଟି ପ୍ଲେଅଫ୍‌ ମୁଲାନ୍‌ପୁରରେ ; କ୍ବାଲିଫାୟର-୨, ଫାଇନାଲ ଅହମ୍ମଦାବାଦରେ

ମୁମ୍ବଇ : ମଙ୍ଗଳବାର ବିସିସିଆଇ ଆଇପିଏଲ୍‌ର ୪ଟି ପ୍ଲେଅଫ୍‌ ମ୍ୟାଚ୍‌ର ସ୍ଥାନ ଘୋଷଣା କରିଛି। ମୁଲାନ୍‌ପୁର ବା ନ୍ୟୁ ଚଣ୍ଡିଗଡ଼ ଓ ଅହମ୍ମଦାବାଦରେ ଏହି ୪ଟି ପ୍ଲେ ଅଫ୍‌ ମ୍ୟାଚ୍‌ ଖେଳାଯିବ। ଚଳିତ ମାସରେ ଭାରତ-ପାକ୍‌ ସାମରିକ ଉତ୍ତେଜନା ଯୋଗୁଁ ୮ ଦିନ ଲାଗି ଆଇପିଏଲ୍‌ ସ୍ଥଗିତ ହେବା ପରେ ଘୋଷିତ ଖେଳସୂଚୀରେ ୪ଟି ପ୍ଲେଅଫ୍‌ ମ୍ୟାଚ୍‌ର ସ୍ଥାନ ଘୋଷଣା କରାଯାଇନଥିଲା। ବିସିସିଆଇ ଘୋଷଣା କରିଛି ଯେ ଚଳିତମାସ ୨୯ରେ ମୁଲାନ୍‌ପୁରରେ କ୍ବାଲିଫାୟର-୧ ମୁକାବିଲା ହେବ। ୩୦ରେ ମୁଲାନ୍‌ପୁରରେ ହିଁ ଏଲମିନେଟର ମ୍ୟାଚ୍‌ ଖେଳାଯିବ। ଜୁନ୍‌ ୧ରେ ଅହମ୍ମଦାବାଦରେ କ୍ବାଲିଫାୟର-୨ ଏବଂ ଜୁନ୍‌ ୩ରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ପୂର୍ବରୁ ବିସିସିଆଇ ଘୋଷଣା କରିଥିଲା ଯେ କଲକାତାର ଇଡେନ୍‌ ଗାର୍ଡେନ୍‌ସରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ପୁଣି ପୂର୍ବ ଖେଳସୂଚୀରେ ହାଇଦରାବାଦରେ କ୍ବାଲିଫାୟର-୧ ଓ ଏଲିମିନେଟର ଖେଳାଯିବ ବୋଲି ଘୋଷଣା କରା ଯାଇଥିଲା। ଏହି ୨ଟି ମ୍ୟାଚ୍‌ ମୁଲାନ୍‌ପୁରକୁ ମିଳିଛି। ପୁଣି ବିସିସିଆଇ ମଧ୍ୟସ୍ଥ ଆଉ ଏକ ସୂତ୍ରରୁ ପ୍ରକାଶ ଯେ ହାଇଦରାବାଦର ଘରୋଇ ଦଳ ସନ୍‌ରାଇଜର୍ସ ସନ୍‌ରାଇଜର୍ସ ଓ କଲକାତାର ଘରୋଇ ଦଳ କେକେଆର୍‌ ପ୍ଲେଅଫ୍‌ରେ ପହଞ୍ଚି ନାହାନ୍ତି। ଅନ୍ୟପକ୍ଷ​‌ରେ ମୁଲାନ୍‌ପୁରର ଘରୋଇ ଦଳ ପଞ୍ଜାବ କିଙ୍ଗ୍‌ସ ଓ ଅହମ୍ମଦାବାଦର ଘରୋଇ ଦଳ ଗୁଜରାଟ ଟାଇଟାନ୍‌ସ ପ୍ଲେଅଫ୍‌ ଖେଳିବାର ଥିବାରୁ ଉଭୟ ସହରକୁ ପ୍ଲେଅଫ୍‌ର ଆୟୋଜକ ଭାବେ ବଛାଯାଇଛି। ଏଣେ ମେ’ ୨୩ରେ ହେବାକୁ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ଚୂଡ଼ାନ୍ତ ଘରୋଇ ମ୍ୟାଚ୍‌ ବର୍ଷା ଆଶଙ୍କା ​‌ଯୋଗୁଁ ଲକ୍ଷ୍ନୌକୁ ସ୍ଥାନାନ୍ତର କରାଯାଇଛି। ସନ୍‌ରାଇଜର୍ସ ହାଇଦରାବାଦ ବିପକ୍ଷ​‌ରେ ଏହି ମ୍ୟାଚ୍‌ ଲକ୍ଷ୍ନୌରେ ଖେଳାଯିବ। ମେ’ ୨୭ରେ ଆର୍‌ସିବି ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ମଧ୍ୟରେ ମ୍ୟାଚ୍‌ ମଧ୍ୟ ଲକ୍ଷ୍ନୌରେ ଖେଳାଯିବ। ଗତ ଏକ ସପ୍ତାହ ହେଲା ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହେଉଛି। ଗତ ୧୭ରେ ଏଠାରେ କଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ଆର୍‌ସିବିର ମ୍ୟାଚ୍‌ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ଧୋଇ ଯାଇଥିଲା। ବେଙ୍ଗାଲୁରୁରେ ଆଉ ୪/୫ ଦିନ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଆର୍‌ସିବି-ସନ୍‌ରାଇଜର୍ସ ମ୍ୟାଚ୍‌ ଲକ୍ଷ୍ନୌକୁ ସ୍ଥାନାନ୍ତର କରାଯାଇଛି। ବେଙ୍ଗାଲୁରୁ ଏହି ନିଷ୍ପତ୍ତିକୁ ସ୍ବାଗତ ରଖିଛି। ଶେଷ ୨ଟି ମ୍ୟାଚ୍‌ ଜିତି ଟେବୁଲର ପ୍ରଥମ ୨ଟି ସ୍ଥାନରେ ରହିବାକୁ ଆର୍‌ସିବି ଲକ୍ଷ୍ୟ ରଖିଛି। ୨୩ର ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଥିଲେ ଆର୍‌ସିବି କ୍ଷତି ସହିଥାଆନ୍ତା।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories