www.samajalive.in
Sunday, December 7, 2025
23.1 C
Bhubaneswar

କଂଗ୍ରେସ-ବିଜେଡି ଉଭୟ ଓବିସିଙ୍କୁ ଅବହେଳା କରିଛନ୍ତି-ମନମୋହନ

ସମାଜ ଡିଜିଟାଲ ଡେସ୍କ: ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ ପଛୁଆ ବର୍ଗଙ୍କୁ ଅଗ୍ରାଧିକାର ଦେବାକୁ ଜାତିଭିତ୍ତିକ ଜନଗଣନା କରାଯିବ ବୋଲି ବିଜେପି ସରକାର ଘୋଷଣା କରିଛନ୍ତି । ସଂରକ୍ଷଣ ନେଇ ସଂକଳ୍ପ ପତ୍ରରେ ସ୍ପଷ୍ଟ କରିଥିଲୁ, ଯାହା ଖୁବଶୀଘ୍ର ହେବାକୁ ଯାଉଛି । ପୂର୍ବ ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ ।

ଦୀର୍ଘ ସମୟ ଧରି ସରକାରରେ ଥିଲେ ମଧ୍ୟ ଏହା କରିପାରିଲେ ନାହିଁ । ଉଭୟ କଂଗ୍ରେସ ଓ ବିଜେଡି ଓବିସିଙ୍କୁ ଅବହେଳା କରିଛନ୍ତି । ସବୁବେଳେ ମଣ୍ଡଳ କମିଶନ୍‍ ସପକ୍ଷରେ ବିଜେପି ସର୍ବଦା ରହିଥିବା ମନମୋହନ କହିଛନ୍ତି । ସେପଟେ ବିଜେଡି ଏହାର ଜବାବ ରଖିଛି । ଅରୁଣ ସାହୁ କହିଛନ୍ତି ଯେ ବିଜେପି ଚାପର ବଶବର୍ତ୍ତୀ ହୋଇ ଜାତିଭିତ୍ତିକ ଜନଗଣନା ପାଇଁ ଆଗଭର ହୋଇଛି । କେବଳ ଉଚ୍ଚଶିକ୍ଷାରେ ଓବିସି ସଂରକ୍ଷଣ କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ସିଟ୍‍ ଖାଲି ପଡୁଥିବା ବେଳେ ସଂରକ୍ଷଣ କଥା କହୁଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories