www.samajalive.in
Monday, December 8, 2025
14.1 C
Bhubaneswar

‘ରଖେ ହରି ତ ମାରେ କିଏ’ ; ଦେଖନ୍ତୁ ଭିଡିଓ, ଟ୍ରକ୍‌ ଚକ ତଳୁ କେମିତି ବଞ୍ଚିଲା ମହିଳାଙ୍କ ଜୀବନ

ନୂଆଦିଲ୍ଲୀ : ଅନେକ ସମୟରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ୍‌ ହୋଇଥାଏ । କିଛି ଭିଡିଓ ଭୟଭୀତ କରୁଥିବା ସହ ଆଶ୍ଚର୍ଯ୍ୟଚକିତ କରିଥାଏ । ନିକଟରେ ସଡକ ଦୁର୍ଘଟଣାର ଏପରି ଏକ ଛାତିଥରା ଦୃଶ୍ୟ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓରେ ଜଣେ ମହିଳା ଭୟଙ୍କର ସଡକ ଦୁର୍ଘଟଣାର ଶିକାର ହେବା ସହ ଅଳ୍ପକେ ତାଙ୍କ ଜୀବନ ରକ୍ଷା ହୋଇଥିବା ଦେଖିପାରିବେ । ମାତ୍ର କିଛି ସେକେଣ୍ଡରେ ମହିଳାଙ୍କ ଜୀବନ ଚାଲି ଯାଇଥାନ୍ତା । ସୌଭାଗ୍ୟବଶତଃ ତାଙ୍କ ଜୀବନ ବଞ୍ଚି ଯାଇଛି । ଲୋମଟାଙ୍କୁରା ଏହି ସଡକ ଦୁର୍ଘଟଣାର ଭିଡିଓ କେରଳର କୋଝିକୋଡ୍‌ରରୁ ସାମ୍ନାକୁ ଆସିଛି ।

- Advertisement -

ଭିଡିଓରେ ଦେଖିପାରିବେ, ଇଟା ଭର୍ତ୍ତି ହୋଇଥିବା ଏକ ଟ୍ରକ ଓଠାଣିଆ ରାସ୍ତାରେ ଯାଉଛି । ଟ୍ରକ୍‌ ପଛରେ ଜଣେ ମହିଳା ସ୍କୁଟିରେ ଅଛନ୍ତି । ପଛରେ ଅନ୍ୟାନ୍ୟ ବାଇକ୍‌ ଆରୋହୀ ମଧ୍ୟ ଅଛନ୍ତି । ଟ୍ରକ୍‌ଟି ଓଠାଣିଆ ରାସ୍ତାରେ ଥିବା ସମୟରେ ହଠାତ୍‌ ଏହା ଅନିୟନ୍ତ୍ରିତ ହୋଇ ତଳକୁ ଖସିବା ସହ ସ୍କୁଟିକୁ ଧକ୍କା ଦେଉଛି । ସ୍କୁଟି ସହ ମହିଳା ମଧ୍ୟ ତଳେ ପଡିଯାଇଛନ୍ତି । ମାତ୍ର କୌଣସି ପ୍ରକାରେ ନିଜ ଜୀବନ ରକ୍ଷା କରିଛନ୍ତି । ଗତ ଶୁକ୍ରବାର ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ଜୁନ୍‌ରେ ୫୦ ବର୍ଷ ପରେ ତ୍ରିକୋଣ ଓ ମାଲବ୍ୟ ରାଜଯୋଗ: ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, କିଣିବେ ଘର, ଗାଡି, ଧନର ହେବ ବର୍ଷା..

ସିସିଟିଭିରେ ଦେଖାଯାଇଛି, ଟ୍ରକ୍‌ଟି ସ୍କୁଟି ଉପରେ ସମ୍ପୂର୍ଣ୍ଣ ଚଢି ଯାଇଛି । ମାତ୍ର ମହିଳା ଜଣକ ସ୍କୁଟିରୁ ବାହାରି କୌଣସି ପ୍ରକାରେ ନିଜ ଜୀବନ ରକ୍ଷା କରିଛନ୍ତି । ମହିଳା ଜଣକ ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟଲୋକେ ତୁରନ୍ତ ଏକାଠି ହୋଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରୁଛି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ପୁଣି ଫେରିଲା କରୋନା ଭୟ ; ମୁମ୍ବାଇରେ ୨ ଆକ୍ରାନ୍ତ ମୃତ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories