www.samajalive.in
Sunday, December 7, 2025
13.1 C
Bhubaneswar

ଅପେକ୍ଷାର ଅନ୍ତ! ଆସିଲା ‘ଓ୍ବାର ୨’ ଟିଜର, ବଢିଲା ଉତ୍ସାହ

ମୁମ୍ବଇ: ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟିଛି। ହ୍ରିତିକ୍ ରୋଶନ ଓ ଜୁନିଅର ଏନଟିଆରଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଓ୍ବାର ୨’ର ଟିଜର ମଙ୍ଗଳବାର ରିଲିଜ୍‌ ହୋଇଛି। ଏହି ଫିଲ୍ମ ଜରିଆରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଜୁନିଅର ଏନଟିଆର ବଲିଉଡ଼ରେ ପାଦ ଥାପିଛନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ‘ଓ୍ବାର ୨’ ନିର୍ମାତା ଫିଲ୍ମର ଟିଜର ଜାରି କରି ଜୁନିଅର ଏନଟିଆରଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଟିଜର ରିଲିଜ୍‌ ହେବାମାତ୍ରେ ସାମାଜିକ ଗଣମାଧ୍ୟମରେ ଏହା ଭାଇରାଲ ହୋଇଛି।


୧ ମିନିଟ୍ ୩୪ ସେକେଣ୍ଡର ଏହି ଟିଜର ଜୁନିଅର ଏନଟିଆରଙ୍କ କଣ୍ଠରୁ ଆରମ୍ଭ ହେଉଛି। ଯେଉଁଥିରେ ସେ ହ୍ରିତିକ୍ ରୋଶନଙ୍କ ଚରିତ୍ର କବୀରଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି। ସେ କବୀରଙ୍କୁ ଭାରତର ସର୍ବୋତ୍ତମ ସୈନିକ ଏବଂ ସର୍ବୋତ୍ତମ ‘ର’ ଏଜେଣ୍ଟ ବୋଲି କହି ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ କହୁଛନ୍ତି। ଟିଜରରେ ଜୁନିଅର ଏନଟିଆର ଏବଂ ହ୍ରିତିକ୍ ରୋଶନଙ୍କ ମଧ୍ୟରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଏହା ଦର୍ଶାଉଛି ଯେ ଏଥର ଫିଲ୍ମରେ ଗତଥର ଅପେକ୍ଷା ଅଧିକ ଆକ୍ସନ ରହିବ। ଟିଜରରେ ଫର୍ମୁଲା ୱନ୍ ରେସିଂ, ଟ୍ରେନ୍‌ ଉପରେ ଲଢ଼େଇ ଏବଂ ବିମାନ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଟିଜରରେ ଇସ୍ତାନବୁଲ ବ୍ୟତୀତ ଏକ ବରଫ ଆଚ୍ଛାଦିତ ସହରର ଝଲକ ଦେଖିବାକୁ ମିଳିଛି। ଏହା ସ୍ପଷ୍ଟ ଯେ, ଫିଲ୍ମରେ ଜୁନିଅର ଏନଟିଆର ଏବଂ ହ୍ରିତିକ୍ ରୋଶନଙ୍କ ମଧ୍ୟରେ ଜବରଦସ୍ତ ମୁହାଁମୁହିଁ ଦେଖିବାକୁ ମିଳିବ। ତେବେ ଟିଜରରେ ହ୍ରିତିକ୍‌ଙ୍କର କୌଣସି ସଂଳାପ ନାହିଁ। ହ୍ରିତିକ୍ ଓ ଜୁନିଅର ଏନଟିଆରଙ୍କ ବ୍ୟତୀତ ଟିଜରରେ କିଆରା ଆଡ଼ଭାନୀଙ୍କ ଝଲକ୍‌ ମଧ୍ୟ ଦେଖିବାକୁ ମିଳିଛି।

- Advertisement -

‘ୱାର ୨’ ୟଶରାଜ ଫିଲ୍ମ୍‌ସର ସ୍ପାଏ ୟୁନିଭର୍ସର ଏକ ଅଂଶ। ଏହା ୨୦୧୯ରେ ମୁକ୍ତିଲାଭ କରିଥିବା ହ୍ରିତିକ୍ ରୋଶନଙ୍କ ‘ୱାର’ର ସିକ୍ୱେଲ୍। ‘ୱାର ୨’ରେ ହ୍ରିତିକ୍ ପୁଣିଥରେ ‘ର’ ଏଜେଣ୍ଟ କବୀର ଭୂମିକାରେ ନଜର ଆସିବେ। ଅପରପକ୍ଷେ ଜୁନିଅର ଏନଟିଆରଙ୍କୁ ଫିଲ୍ମରେ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଅଗଷ୍ଟ ୧୪ରେ ପରଦାକୁ ଆସିବ ‘ଓ୍ବାର ୨’।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories