www.samajalive.in
Sunday, December 7, 2025
14.1 C
Bhubaneswar

ପାଟି ଖୋଲା କରି ଶୋଇବା ଶରୀର ପାଇଁ କ୍ଷତିକାରକ

ଶୋଇବା ଶୈଳୀ ସ୍ବାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ବ୍ୟକ୍ତିଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଉଚିତ। ପ୍ରତିଦିନ ୭-୮ ଘଣ୍ଟା ଶୋଇବା ଉଚିତ। ଶୋଇବା ବେଳେ ଶରୀର ନିଜର ମାଂସପେଶୀୟକୁ ବିକଶିତ କରିଥାଏ। ଠିକ ଭାବେ ନ ଶୋଇବା ଦ୍ବାରା ଶରୀରରେ ଦରଜ ଓ ଥକାପଣ ଅନୁଭବ ହୋଇଥାଏ।

ବେଳେବେଳେ ଦେଖାଯାଇଥାଏ ଯେ, ଅନେକ ଲୋକ ଶୋଇବା ସମୟରେ ତାଙ୍କ ପାଟି ଖୋଲା ରହିଥାଏ। ପାଟି ଖୋଲା କରି ଶୋଇବା ଦ୍ବାରା ଘୁଙ୍ଗୁଡି ସମସ୍ୟା ମଧ୍ୟ ଦେଖାଯାଇଥାଏ। ଏହା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା ପାଟି ଖୋଲା କରି ଶୋଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ କ’ଣ ଖରାପ ପ୍ରଭାବ ପଡିଥାଏ ..

- Advertisement -

ଦାନ୍ତ ପାଇଁ ହାନିକାରକ :

ପାଟି ଖୋଲା କରି ଶୋଇବା ଦାନ୍ତ ପାଇଁ ହାନିକାରକ ଅଟେ। ପାଟି ଖୋଲା କରି ଶୋଇବା ଦ୍ବାରା ପାଟି ମଧ୍ୟକୁ ପବନ ଯାଇ ଲାଳକୁ ଶୁଖାଇ ଦେଇଥାଏ। କମ ଲାଳ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହାଦ୍ବାରା ପାଟି ସାହାର୍ଯ୍ୟରେ ଶରୀର ମଧ୍ୟକୁ ବ୍ୟାକ୍ଟେରିଆ ପ୍ରବେଶ କରିଥାଏ। ଏବଂ ଦାନ୍ତ ଉପରେ ଖରାପ ପ୍ରଭାବ ପଡି ତାହା କ୍ଷତିଗ୍ରସ୍ତ ହୋଇଥାଏ।

ମୁହଁ ଦୁର୍ଗନ୍ଧ :

ପାଟି ଦୁର୍ଗନ୍ଧ ହେବାକୁ ହେଲିଟୋସିସ୍ କୁହାଯାଏ। ଲାଳର ଅଭାବ ଦ୍ବାରା ପାଟିରୁ ଦୁର୍ଗନ୍ଧ ବାହାରିଥାଏ। ପାଟି ଖୋଲା କରି ଶୋଇବା ଦ୍ବାରା ପବନ ଠିକ ଭାବେ ଶରୀରକୁ ଯାଇପାରେ ନାହିଁ। ଯାହାର ପ୍ରଭାବରେ ପାଟି ମଧ୍ୟ ଠିକ ଭାବେ ସଫା ହୋଇପାରେ ନାହିଁ। ଏହାର ପରିଣାମ ସ୍ବରୂପ ପାଟି ଦୁର୍ଗନ୍ଧ ହୋଇଥାଏ।

ଥକା ଲାଗିବା :

ପାଟି ଖୋଲା କରି ଶୋଇବା ଦ୍ବାରା ଫୁସଫୁସ ନିକଟକୁ ସଠିକ ଭାବେ ଅମ୍ଳଜାନ ପହଞ୍ଚି ପାରେ ନାହିଁ। ଫୁସଫୁସରେ କମ ପରିମାଣରେ ଅମ୍ଳଜାନ ପହଞ୍ଚିବା ଦ୍ବାରା ଶରୀର କ୍ଲାନ୍ତ ଓ ଅସୁସ୍ଥ ଲାଗିଥାଏ। ପାଟି ଖୋଲା କରି ଶୋଇବା ଦ୍ବାରା ଦିନ ସାରା କ୍ଲାନ୍ତ ଅନୁଭବ ହୋଇଥାଏ।

ଶୁଷ୍କ ଓ ଓଠ ଫାଟେ :

ପାଟି ଖୋଲା କରି ଶୋଇବା ଦ୍ବାରା ଓଠ ଶୁଷ୍କ ହୋଇ ଫାଟିଯାଏ। ଏହାସହ ପାଟିରେ ଥିବା ତରଳ ପଦାର୍ଥ ଶୁଖିଯିବା ଦ୍ବାରା ଖାଦ୍ୟ ଖାଇବାକୁ ଅସୁବିଧା ହୋଇଥାଏ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories