www.samajalive.in
Sunday, December 7, 2025
23.1 C
Bhubaneswar

ଝିଅର ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ 

ହରଭଙ୍ଗା: ମାଆ ପେଟରୁ ଜନ୍ମ ପରେ ସର୍ବାଙ୍ଗ ଶରୀରରୁ ଚମଡା ଛାଡି ଘା ହୋଇଯାଉଛି । ଝିଅର ଏଭଳି କଲବଲ ଅବସ୍ଥା ମାଆ/ବାପା ସହ୍ୟ କରିପାରୁନାହାଁନ୍ତି । ଝିଅର ଚିକିତ୍ସା ପାଇଁ ଦୀର୍ଘ ସାତବର୍ଷ ହେଲା ଏଇ ମେଡିକାଲ କାଲି ସେଇ ମେଡିକାଲ ଧାଇଁଲା ପରେ ବି କୌଣସି ସୂଫଳ ମିଳୁନି ।ଶେଷରେ ହତାଶ ଏବଂ ନିରାଶ ହୋଇପଡିଥିବା ଗରିବ ଖଟିଖିଆ ମାଆ/ବାପା ମୁଖ୍ୟମନ୍ତ୍ରୀଙ୍କୁ ଝିଅର ଚିକିତ୍ସା ପାଇଁ ଗୁହାରୀ କରିବାକୁ ବୌଦ୍ଧକୁ ଧାଇଁ ଆସିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ସକାଳ ୧୦ଟାରୁ ଅପେକ୍ଷା କରି କରି ଜିଲ୍ଲାପାଳ କାର୍ଯ୍ୟାଳୟ , ସର୍କିଟ୍ ହାଉସରେ ମଧ୍ୟ ଦେଖାହୋଇପାରିଲାନି  । ତଥାପି ମାଆ/ବାପା ନିରାଶ ନ ହୋଇ ଗରମ ଗୁଳୁଗୁଳି ଖରା ତରାରେ ସରସରା ଖେଳପଡିଆରେ ପଂହଚିଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରିବାକୁ । ଗଛମୂଳେ ଥକାମାରି ଠିଆ ହୋଇଥିବା ଏହି ପରିବାର ଉପରେ ଗଣମାଧ୍ୟମର ଆଖି ପଡିଥିଲା । ପଚରାଉଚରା ପରେ ବୌଦ୍ଧ ମୁଷୁଣ୍ଡି ପଂଚାୟତ ଟୁଟୁସିଙ୍ଗା ଗାଁର ତୀର୍ଥ ମଲ୍ଲିକ ଏବଂ ତାଙ୍କ ପନ୍ତ୍ରୀ ରୁନୁ ମଲ୍ଲିକ ଓ  ଝିଅ ରାସେଶ୍ୱରୀ ମଲ୍ଲିକ(୭ବର୍ଷ) ବୋଲି ଜଣାପଡିଥିଲା ।ଝିଅର ଦେହରୁ ,ମୁଣ୍ଡରୁ ଚମଡା ଛାଡି ଘା ହୋଇଯାଉଥିବା ବେଳେ ସବୁ ପ୍ରକାର ଚେଷ୍ଟା ସତ୍ୱେ ଦେହ ଭଳ ହେଉନାହିଁ । ସକାଳୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବାକୁ ଆସିଛୁ । ମାତ୍ର ଆମକୁ ଭେଟେଇଦେଉନାହାଁନ୍ତି କି କାହାର ସହଯୋଗ ମିଳୁନି ବୋଲି ଅତ୍ୟନ୍ତ ଦୁଃଖଭରା କଣ୍ଠରେ ମାଆ ରୁନୁ ମଲ୍ଲିକ ପ୍ରକାଶ କରିଥିଲେ ।ଏ କଥା ଶୁଣି ଆମେ ସଙ୍ଗେ ସଙ୍ଗେ ପ୍ରୋଟୋକଲ ଦାୟିତ୍ୱରେ ଥିବା ଅଫିସରଙ୍କୁ କହି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟକରାଇବାକୁ ଚେଷ୍ଟାକଲୁ ,ସେମାନେ ମଧ୍ୟ ମନାକରିଥିଲେ । ଶେଷରେ ଅନ୍ୟ ଉପାୟ ନପାଇ ମୁଖ୍ୟମନ୍ତ୍ରୀଙ୍କ ଷ୍ଟେଜରୁ ଓହ୍ଲାଇ ଯିବା ରାସ୍ତାରେ ସେମାନଙ୍କୁ ଅପେକ୍ଷା କରିବାକୁ କହିଲୁ । କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଆସିବା ପରେ ଗରିବ ମାଆ/ବାପା ସାଙ୍ଗରେ ଆଣିଥିବା ଲେଖା ଖଣ୍ଡିଏ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ । ମାତ୍ର ତାଙ୍କ ଗୁହାରିକୁ ମୌଖିକ ଭାବରେ କହିପାରିନଥିଲେ ।ସେ ଯାହା ହେଉନା କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଝିଅର ଚିକିତ୍ସା ପାଇଁ ମାଆ/ବାପାଙ୍କ ଆକୁଳ ନିବେଦନ ଆଗକୁ କିପରି କାର୍ଯ୍ୟକାରୀ ହେଉଛି । ତାହା ଦେଖିବାକୁ  ବାକି ରହିଛି । ଅନ୍ୟପଟେ ବୌଦ୍ଧ ଉପଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ ତାଙ୍କୁ ଦିନେ ଦୁଇଦିନ ମଧ୍ୟରେ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଈଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories