www.samajalive.in
Sunday, December 7, 2025
13.1 C
Bhubaneswar

ପ୍ରତିଭାକୁ ବଜାୟ ରଖିବା ସହିତ ରାଷ୍ଟ୍ର ବିକାଶରେ ନିଜ ଜ୍ଞାନ ବିନିଯୋଗ କରିବାକୁ ଆହ୍ବାନ

ଫୁଲବାଣୀ ):ରେଡିଓ ସ୍ୱାତୀ ତରଫରୁ ୨୦୨୫ ମାଧ୍ୟମିକ ଶିକ୍ଷା ବୋର୍ଡ ଦଶମ ଶ୍ରେଣୀ ରେ କନ୍ଧମାଳ ଜିଲା ପାଇଁ ଗୈାରବ ଆଣିଥିବା କୃତି ଛାତ୍ର ଛାତ୍ରୀମାନଙ୍କୁ ମେଧା ସମ୍ମାନରେ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଏ+ ରେ ସର୍ବାଧିକ ନମ୍ବର ରଖି ଜିଲ୍ଲାରେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଅନ୍ୱେଷା ସାହୁ, ବିକାଶ ରଞ୍ଜନ କର, ସାଇଶ୍ରୀୟା ସାହୁ ଓ ତପୋବନ ଉଚ୍ଚ ବିଦ୍ୟାଳୟ, ଚାଚେଂଡି ର ଦିପ୍ତିମୟି ବିଶୋଇ ଙ୍କ ସହିତ ସେମାନଙ୍କ ଅଭିଭାବକ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ , ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବାଲିଗୁଡାର ପ୍ରଧାନ ଆଚାର୍ଯ୍ୟ ଶିଶିର କୁମାର ମହାପାତ୍ର , ଶିକ୍ଷାବିତ୍ ବ୍ରଜ ବିହାରୀ ନନ୍ଦ , ଫୁଲବାଣୀ ସ୍ୱୟଂସାଶିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ସୁବାସ ଚନ୍ଦ୍ର ପ୍ରଧାନ , ବରିଷ୍ଠ ଆଇନଜିବୀ ବିଜୟ କୃଷ୍ଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନିଜ ନିଜ ଭିତରେ ଥିବା ପ୍ରତିଭାକୁ ବଜାୟ ରଖିବା ସହିତ ରାଷ୍ଟ୍ର ବିକାଶରେ ନିଜ ଜ୍ଞାନ ବିନିଯୋଗ କରିବାକୁ ଆହ୍ବାନ ଦେଇଥିଲେ।

- Advertisement -

ସ୍ୱାତୀ ଅନୁଷ୍ଠାନ ର ସଂପାଦକ ଇଂ ହରିଶଙ୍କର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନିପିଡୀତର ବରିଷ୍ଠ କର୍ମୀ ପ୍ରମୋଦ ନାୟକ ଓ ସ୍ୱାତୀ ଅନୁଷ୍ଠାନର କର୍ମକର୍ତା ମାନେ ଯୋଗଦେଇଥିଲେ। କୃତି ଛାତ୍ର ଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନଙ୍କୁ ଉପଢୈାକନ ଓ ସମ୍ମାନ ଫଳକ ଦେଇ ମେଧା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି।

ବରିଷ୍ଠ କର୍ମୀ ପ୍ରଦୀପ କୁମାର ସ୍ୱାଇଁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ମାନସ ପ୍ରଧାନ, ବିପ୍ରଚରଣ ସାହୁ, ସ୍ୱାଗତିକା ମାଝି, ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଏଥିରେ ସହଯୋଗକରିଥିଲେ। ପରିଶେଷରେ ଶାନ୍ତନୁ କୁମାର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories