www.samajalive.in
Sunday, December 7, 2025
23.1 C
Bhubaneswar

ବିବାଦରେ ଲବ ହାଂସଦା, ବେଙ୍ଗାଲୁରୁର ଏଚଏସଆର ଲେଆଉଟ୍‌‌ ଥାନାରେ ମାମଲା ରୁଜୁ

ବେଙ୍ଗାଲୁରୁ: ବିବାଦରେ ଲବ ହାଂସଦା। ଲବ ହାଂସଦାଙ୍କ ପ୍ରେମିକା ୨ ଦିନ ତଳେ ଆତ୍ମହତ୍ୟା କରିଛନ୍ତି। ଏଥିପାଇଁ ମୃତକଙ୍କ ପରିବାର ଲୋକେ ଲବ ହାଂସଦାଙ୍କ ଦାୟୀ କରିଛନ୍ତି। ବେଙ୍ଗାଲୁରୁର ଏଚଏସଆର ଲେଆଉଟ୍‌‌ ଥାନାରେ ଲବ ହାଂସଦାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସୋସିଆଲ ମିଡିଆ ସେନସେସନ୍‌ ଲବ ହାଂସଦା ଭାରତ ସମେତ ବିଭିନ୍ନ ଦେଶ ବୁଲି ଟ୍ରାଭେଲ ଭିଡିଓ କରି ସେସବୁ ସୋସିଆଲ ମିଡିଆରେ ପୋଷ୍ଟ କରି ଖୁବ୍ କମ୍ ଦିନରେ ଅନେକ ପ୍ରଶଂସା ସାଉଁଟିଛନ୍ତି । ନିଆରା ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଲବ ହାଂସଦା ଏବେ ବିବାଦକୁ ଆସିଛନ୍ତି ଏବଂ ପ୍ରେମିକାଙ୍କ ମୃତ୍ୟୁ ପରେ ଫସି ଯାଇଛନ୍ତି । ପ୍ରେମିକା ସୋଲୋମୀଙ୍କ ମୃତ୍ୟୁ ପାଇଁ ଲବଙ୍କୁ ତାଙ୍କ ପରିବାର ଦାୟୀ କରିଛନ୍ତି।

- Advertisement -

ବିହାରର ସୋଲୋମୀ ବେଙ୍ଗାଲୁରୁରେ ଚାକିରି କରୁଥିଲେ। କିଛିବର୍ଷ ତଳେ ଲବ ହାଂସଦାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଉଭୟ ପରସ୍ପରକୁ ଭଲ ପାଇଥିଲେ । ଓଡ଼ିଶାଠାରୁ ଦୁବାଇ ଯାଏଁ ଉଭୟ ଅନେକ ସ୍ଥାନ ବୁଲିବା ସହ ବିବାହ ପାଇଁ ଏକପ୍ରକାର ନିଷ୍ପତ୍ତି ହୋଇ ସାରିଥିଲା । କିନ୍ତୁ ଲବଙ୍କର ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା ଜାଣିବା ପରେ ସୋଲୋମୀ ଓ ଲବଙ୍କ ସମ୍ପର୍କରେ ସୃଷ୍ଟି ଫାଟ ହୋଇଥିଲା। ଏହାପରେ ସୋଲୋମୀଙ୍କୁ ଲବ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ, ତେଣୁ ଝିଅ ସୋଲୋମୀ ଆତ୍ମହତ୍ୟା କରିଥିବା ନେଇ ବୋଲି ସୋଲାମୀଙ୍କ ପରିବାର ଅଭିଯୋଗ କରିଛନ୍ତି ।

ସୋଲୋମୀ ଓ ଲବଙ୍କ ପ୍ରେମ ସମ୍ପର୍କ ବିଷୟରେ ଲବ ନିଜେ ଅନେକଥର ସ୍ୱୀକାର କରିଥିବାବେଳେ ଆତ୍ମହତ୍ୟା ପୂର୍ବରୁ ଲବଙ୍କୁ ସୋଲୋମୀ ଫୋନ୍ କରିଥିଲେ । ତେବେ ସୋଲୋମୀଙ୍କ ମୃତ୍ୟୁକୁ ୨ ଦିନରୁ ଅଧିକ ସମୟ ବିତିଯାଇଥିଲେ ବି ଲବଙ୍କର ଦେଖା ମିଳୁନାହିଁ । ଘଟଣାଠାରୁ ଦୂରେଇ ରହିବା ଓ ସୋସିଆଲ ମିଡିଆରେ ବି କିଛି ପୋଷ୍ଟ ନକରିବା ଲବଙ୍କ ଭୂମିକାକୁ ଅଧିକ ସନ୍ଦେହ ଘେରକୁ ନେଇଆସିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories