www.samajalive.in
Tuesday, December 9, 2025
26.1 C
Bhubaneswar

ଟିଆରଏଫକୁ ବିଶ୍ଵ ଆତଙ୍କବାଦୀ ଘୋଷଣା କରିବାକୁ ଭାରତର ଉଦ୍ୟମ, ଏଥର ବାଧା ଦେବନି ତ ଚୀନ ?

ସମାଜ ଡିଜିଟାଲ ଡେସ୍କ: ଭାରତ ପୁଣି ଥରେ ଜାତିସଂଘର ସାଙ୍କ୍‌ସନ କମିଟିରେ ଟିଆରଏଫ(ଦ ରେଜିମେଣ୍ଟ ଫ୍ରଣ୍ଟ)କୁ ବିଶ୍ଵ ଆତଙ୍କବାଦୀ ସଂଗଠନ ଘୋଷଣା କରିବାକୁ ଉଦ୍ୟମ ଆରମ୍ଭ କରିଛି। ଏଥିପାଇଁ ଭାରତ ଖୁବଶୀଘ୍ର ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି) ପ୍ରମାଣ ଦେବ। ପହଲଗାଓଁ ଆକ୍ରମଣରେ ଏହି ସଂଗଠନର ସିଧାସଳଖ ସମ୍ପୃକ୍ତି ଥିଲା। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଇବାର ଏକ ଶାଖା ହେଉଛି ଟିଆରଏଫ। ଟିଆରଏଫକୁ ବିଶ୍ଵସ୍ତରୀୟ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ଲାଗି ଭାରତ ଗତ ୨ ବର୍ଷ ହେବ ଜାତିସଂଘରେ ଦାବି କରିଆସୁଛି। କିନ୍ତୁ ପ୍ରତ୍ୟେକ ଥର ଚୀନ ଭିଟୋ ପ୍ରୟୋଗ କରି ବାଟ ଓଗାଳୁଛି।

ଏଥର ବି ଚୀନ ଅନୁରୂପ ଭାବେ ଭାରତର ଉଦ୍ୟମକୁ ବ୍ୟର୍ଥ କରିବା ସମ୍ଭାବନା ରହିଛି। କିନ୍ତୁ ଭାରତ ନିକଟରେ ବଳିଷ୍ଠ ପ୍ରମାଣ ରହିଥିବାରୁ ଚୀନ ପାଇଁ ଭିଟୋ ପ୍ରୟୋଗ କରିବା ସେତେଟା ସହଜ ହେବନାହିଁ। ଯଦି ଚୀନ ଏପରି କରେ ତେବେ ଭାରତ ବିରୋଧୀ ଆତଙ୍କୀ କାର୍ଯ୍ୟକଳାପରେ ଚୀନରେ ସମ୍ପୃକ୍ତି ରହିଥିବା ସ୍ପଷ୍ଟ ହୋଇଯିବ।

- Advertisement -

ଗତ ଏପ୍ରିଲ ୨୨ରେ ଘଟିଥିବା ପହଲଗାଓଁ ଆକ୍ରମଣ ଘଟଣା ପାଇଁ ଟିଆରଏଫ ନିଜକୁ ଦାୟୀ କରିଥିଲା। କାଶ୍ମୀରେ ଆଡ୍ଡା ଜମାଇଥିବା ଏହି  ସଂଗଠନ ପାକିସ୍ତାନରେ ଅବସ୍ଥିତ ଲଶ୍କର ସଂଗଠନ ସହିତ ସମ୍ପର୍କ ରଖିଛି। ସେହିଠାରେ ହିଁ ଆତଙ୍କୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହିତ ଅସ୍ତ୍ରଶସ୍ତ୍ର ଏବଂ ଆକ୍ରମଣ ଯୋଜନାର ରୂପରେଖ ପ୍ରସ୍ତୁତ ହୋଇଥାଏ।

ଜାତିସଂଘ ସାଙ୍କ୍‌ସନ କମିଟି ଜାତିସଂଘ ନିରାପତ୍ତା ପରିଷଦର ଏକ ବିଶେଷ ଶାଖା। ଆତଙ୍କବାଦୀ ଏବଂ ଏହାର ସଂଗଠନ ଉପରେ କମିଟି କଡ଼ା ନଜର ରଖିଥାଏ। ଆତଙ୍କବାଦ ରୋକିବା କମିଟିର ପ୍ରମୁଖ କାର୍ଯ୍ୟ। ୯୦ ଦଶକର ଶେଷ ପର୍ଯ୍ୟାୟରେ ୟୁଏନଏସସି ଏକ ପ୍ରସ୍ତାବ ପାରିତ କରିଥିଲା, ଯାହାର ନମ୍ବର ଥିଲା ୧୨୬୭। ଏହା ସହିତ କମିଟିର ନାମ ବି ଏହି ନମ୍ବରରେ ଯୋଡ଼ାଯାଇଥିଲା।

ଯଦି କୌଣସି ଦେଶ କୌଣସି ସଂଗଠନକୁ ବିଶ୍ଵସ୍ତରୀୟ ଆତଙ୍କବାଦୀ ସଂଗଠନ ରୂପେ ଘୋଷଣା କରିବାକୁ ଚାହେଁ ତେବେ ଏହି କମିଟି ନିକଟରେ ପ୍ରସ୍ତାବ ରଖିବାକୁ ପଡ଼େ। ଏହା ସହିତ ଆବଶ୍ୟକ ତଥ୍ୟପ୍ରମାଣ ବି ଦେବାକୁ ପଡ଼େ। ସୁରକ୍ଷା ପରିଷଦର ୧୫ ସଦସ୍ୟ ତଥ୍ୟ ପ୍ରମାଣକୁ ଯାଞ୍ଚ କରିବା ସହିତ କ’ଣ କରାଯିବ ସେ ଦିଗରେ ନିଷ୍ପତ୍ତି ନିଆଯାଏ।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories