www.samajalive.in
Sunday, December 7, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ଅଧା ଖାଇବା ପରେ ମହିଳାଙ୍କ ଆଇସ୍‌କ୍ରିମ୍‌ରୁ ବାହାରିଲା ଝିଟିପିଟି ଲାଞ୍ଜ, ଆଉ ତା’ପରେ..

ନୂଆଦିଲ୍ଲୀ : ଗୁଜୁରାଟରୁ ଏବେ ଆଇସ୍‌କ୍ରିମ୍‌ର ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରୁଛି। ଏଠାରେ ଜଣେ ମହିଳା ଏକ ଆଇସ୍‌କ୍ରିମ୍‌ ଖାଇବା ସମୟରେ ସେଥିରୁ ଏକ ମଲା ଝିଟିପିଟି ବାହାରିଥିବା ଦାବି କରିଛନ୍ତି। ନିକଟରେ ଏକ ଦୋକାନରୁ ଆଇସ୍‌କ୍ରିମ୍‌ କିଣିବା ପରେ ସେଥିରୁ ଏକ ମଲା ଝିଟିପିଟିର ଅଧା ଶରୀର ମିଳିଥିବା କହିଛନ୍ତି। ଏକ ଭିଡିଓ ମାଧ୍ୟମରେ ମହିଳା ଜଣକ କହିଛନ୍ତି, ଅହମଦାବାଦରେ ମଣିନଗର ଅଞ୍ଚଳରେ ଥିବା ଏକ ଦୋକାନରୁ ୪ଟି କୋନ୍‌ ଆଇସ୍‌କ୍ରିମ୍‌ କିଣିଥିଲେ । ସେ ଅଧାରୁୁ ଅଧିକ ଆଇସ୍‌କ୍ରିମ୍‌ ଖାଇବା ପରେ ସେଥିରେ ଏକ ମଲା ଝିଟିପିଟିର ଅଧା ଶରୀର ଦେଖିଥିଲେ । ମହିଳା ଜଣକ କହିଛନ୍ତି, ଆଇସ୍‌କ୍ରିମ୍‌ ଖାଇବାର କିଛି ସମୟ ପରେ ତାଙ୍କ ପେଟରେ ଜୋର୍‌ରେ ଯନ୍ତ୍ରଣା ସହ ବାନ୍ତି ହୋଇଥିଲା। ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ତାଙ୍କ ଚିକିତ୍ସା କରାଯାଉଥିବା ଜଣାପଡିଛି।

ମହିଳା ଜଣକ ଆହୁରି ମଧ୍ୟ କହିଛନ୍ତି, ସେ ଆଇସ୍‌କ୍ରିମ୍‌ ଖାଇବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା । ମାତ୍ର ତାଙ୍କ ପିଲାମାନେ ଆଇସ୍‌କ୍ରିମ୍‌ ଖାଇ ନାହାଁନ୍ତି । କମ୍ପାନୀ ବିରୋଧରେ ମାମଲା ରୁଜୁ କରିବେ ବୋଲି କହିବା ସହ ଅହମଦାବାଦ ନଗର ନିଗମରେ ଅଭିଯୋଗ କରିଛନ୍ତି । ଏହାପରେ ଉକ୍ତ ଦୋକାନକୁ ସିଲ୍‌ କରାଯାଇଛି । କାରଣ ଦୋକାନୀଙ୍କ ନିକଟରେ ଖାଦ୍ୟ ସୁରକ୍ଷା ଅଧିନିୟମର ଲାଇସେନ୍ସ ନଥିଲା । ଉକ୍ତ ଆଇସ୍‌କ୍ରିମ୍‌ କମ୍ପାନୀ ବିରୋଧରେ ୫୦,୦୦୦ ଟଙ୍କାର ଜୋରିମାନା ମଧ୍ୟ ଲଗାଯାଇଛି । ପୁଲିସ ଓ ଅନ୍ୟ ଅଧିକାରୀ ଘଟଣାର ତଦନ୍ତ ଜାରି ରଖିଛନ୍ତି । ଆଇସ୍‌କ୍ରିମ୍‌ର ବଳକା ଅଂଶ ପରୀକ୍ଷା ପାଇଁ ପଠାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ବୋଲି ସେପଟେ କମ୍ପାନୀ କହିଛି । ଲୋକେ ଏହି ଭିଡିଓକୁ ଦେଖି ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ଜୁନ୍‌ ମାସରେ ଏହି ରାଶିଙ୍କୁ ଧନୀ କରିବାକୁ ଆସୁଛନ୍ତି ଶୁକ୍ର: ଏମାନେ ହେବେ ମାଲାମାଲ୍‌, ହେବ ବିବାହ..

- Advertisement -

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories