ହରଭଙ୍ଗା: ବୌଦ୍ଧ ଜିଲ୍ଲାରେ ପୂର୍ତ୍ତବିଭାଗ ପକ୍ଷରୁ ଏକ ନୂଆ କାମ ଦେଖିବାକୁ ମିଳିଥିଲା। ପିଚୁ ରାସ୍ତା ଉପରେ ପଥରଗୁଣ୍ଡ (ଡଷ୍ଟ) ବିଛା ଭଳି ମରାମତି କାମ ଦେଖି ଲୋକେ ତାଜୁବ୍ ହୋଇ ଯାଇଥିଲେ। ପିଚୁ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ଖମାଗୁଡିକରେ ପଥରଗୁଣ୍ଡ ପକାଇ ମରାମତି କରାଯାଇଥିଲା। ମାତ୍ର ମରାମତି କିଛି ମାସ ନ ପୂରୁଣୁ ରାସ୍ତାର ପୂର୍ବ ଅବସ୍ଥାକୁ ଲକ୍ଷ୍ୟ କଲେ ସରକାରୀ ମାଲ ଦରିଆ ମେ ଡାଲ ଘଟଣାକୁ ପ୍ରମାଣିତ କରିଛି। ପୂର୍ତ୍ତବିଭାଗ ପକ୍ଷରୁ ଚାଲିଥିବା ଏଭଳି କାମ ଉପରେ ସାଧାରଣରେ ଜନଅସନ୍ତୋଷ ପ୍ରକାଶ ପାଇଛି।
ଏଭଳି ଘଟଣା ହରଭଙ୍ଗା – ଧଳପୁର ଜଗନ୍ନାଥ ସଡକର ମରାମତି କାର୍ଯ୍ୟରେ ଦେଖିବାକୁ ମିଳିଛି। ରାସ୍ତାଟି ଖାଲ ଖମାରେ ପୂର୍ଣ୍ଣ ହୋଇଥିବାରୁ ଲୋକଙ୍କ ଯାତାୟତ ପାଇଁ ଗତ ଜୁଲାଇ ମାସରେ ପଥର ଗୁଣ୍ଡ ପକାଇ ଆଠ ଲକ୍ଷ ଟଙ୍କାରେ ମରାମତି କାମ କରାଯାଇଥିଲା। ମାତ୍ର ବର୍ତମାନ ରାସ୍ତାର ପୂର୍ବ ଭଳି ଖାଲଖମା ଅବସ୍ଥା ଯୋଗୁଁ ସରକାରୀ ଅର୍ଥ ଅପଚୟ ବୋଲି ସାଧାରଣରେ ଚର୍ଚ୍ଚା ଜୋରଧରିଛି। ଜଗନ୍ନାଥ ସଡକର ସ୍ଥାୟୀ ରାସ୍ତା ନିର୍ମାଣ ଦିଗରେ ପୂର୍ତ୍ତବିଭାଗ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ମହଲରେ ଦାବୀ ଉଠୁଛି ।
ଜୁନ୍ ମାସରେ ଏହି ରାଶିଙ୍କୁ ଧନୀ କରିବାକୁ ଆସୁଛନ୍ତି ଶୁକ୍ର: ଏମାନେ ହେବେ ମାଲାମାଲ୍, ହେବ ବିବାହ..



