ପାଟଣା : ସାହାରପଡା ବ୍ଲକ ଅଞ୍ଚଳରେ କିଛିଦିନ ହେବ ଖୁଲମଖୁଲା ଚାଲିଛି ଇଉକାଲିପଟାସ ଗଛ କଟା। ବେପାରୀମାନେ ଟ୍ରିପ ପିଛା ଏକ ଲକ୍ଷ ଟଙ୍କାରେ ପଟ୍ଟା ଜମିରେ ଲଗାଇଥିବା ଇଉକାଲିପଟାସ ଗଛ କାଠକୁ କିଣି ନେଇଥିବା ଜଣାପଡିଛି। ତେବେ କିଛି ଗାଁରେ ସରକାରୀ ଜାଗାରେ ଲଗାଯାଇଥବା ଗଛ କାଠକୁ ମଧ୍ୟ ଲୋକେ ବିକ୍ରି କରି ଦେଉଥିବା ଦେଖିବାକୁ ମିଳିଛି। ସାହାରପଡା ବ୍ଲକ ଟଭାସରୁଆ ଠାରୁ ଗଣ୍ଡବେଡା ଯିବା ରାସ୍ତାରେ ଦ୍ରୌପଦୀ ହୁଡ଼ି ଚାରି ପାଖରେ ଲାଗି ଥିବା ସରକାରୀ ଜଙ୍ଗଲରୁ ଶହ ଶହ ଗଛ କାଠ ଗଣ୍ଡି କଟା ଯାଇ ରାସ୍ତା କଡରେ ଓ ଜଙ୍ଗଲ ଭିତରେ ପଡି ରହିଥିବା ଦେଖିବାକୁ ମିଳିଛି। ଜଙ୍ଗଲ ବିଭାଗ ଓ କାଠ ମାଫିଆଙ୍କ ମଧୁ ଚନ୍ଦ୍ରିକାରେ ଏ କାମ ହେଉଥିବା ଗ୍ରାମର କିଛି ବ୍ୟକ୍ତି ଅଭିଯୋଗ କରିଛନ୍ତି। ଏହାକୁ ବନ୍ଦ କରାଯାଉ ବୋଲି ମଧ୍ୟ କିଛି ଗ୍ରାମବାସୀ ଦାବୀ କରିଛନ୍ତି।
ଦେଖନ୍ତୁ ଛାତିଥରା ଭିଡିଓ ; ମାଆ ସହ ଯିବା ବେଳେ ଶିଶୁକୁ ଆକ୍ରମଣ କଲା ଷଣ୍ଢ, ଆଉ ତା’ପରେ..



