www.samajalive.in
Monday, December 8, 2025
16.1 C
Bhubaneswar

‘ଅପରେସନ୍ ସିନ୍ଦୂର’ର ସଫଳତା: କେନ୍ଦୁଝରରେ ପରାକ୍ରମ ଶୋଭାଯାତ୍ରା

କେନ୍ଦୁଝରଗଡ଼: ‘ଅପରେସନ୍ ସିନ୍ଦୂର’ର ସଫଳତା ପରେ ଏହାର ବୀର ଗାଥାକୁ ଲୋକଲୋଚନରେ ପ୍ରସାର କରି ଭାରତୀୟ ଯବାନମାନଙ୍କୁ ସମ୍ମାନ ଜଣାଇବାକୁ ଯାଇ ଗୁରୁବାର କେନ୍ଦୁଝରଠାରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ତିନି ବାହିନୀର ବୀର ଯବାନଙ୍କୁ କୃତଜ୍ଞତା ଭାବ ପ୍ରକାଶ କରି ଜିଲାସ୍ତରୀୟ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା କେନ୍ଦୁଝର ସହର ପରିକ୍ରମା କରିଥିଲା। ଜିଲାପାଳ ବିଶାଲ ସିଂହ ପତାକା ଦେଖାଇ ଏହି ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ବୀର ଯବାନଙ୍କ ସମ୍ମାନାର୍ଥେ ଜିଲା ପ୍ରଶାସନର ସମସ୍ତ ଅଧିକାରୀ ଜନସାଧାରଣଙ୍କ ସହ ବାଇକ‌ରେ ବସି ସହର ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରା ସକାଳ ୮ଟାରେ କାଳୀପଡ଼ିଆରୁ ବାହାରି ଦୁଃଖିଆ ଛକ, ଶ୍ରୀକ୍ଷେତ୍ର ହୋଟେଲ ଛକ, ଗାନ୍ଧୀ ଛକ, କଚେରୀ ଛକ, ଗୋପବନ୍ଧୁ ଛକ ହୋଇ ପୁନର୍ବାର କାଳୀ ପଡ଼ିଆରେ ପହଞ୍ଚିଥିଲା। ବିଭିନ୍ନ ପ୍ରଶାସନିକ ଅଧିକାରୀ, ପୁଲିସ ବାହିନୀଙ୍କ ସମେତ ଶହ ଶହ ସଂଖ୍ୟାରେ ଜନସାଧାରଣ ଏହି ଶୋଭାଯାତ୍ରାରେ ସାମିଲ ହୋଇ ହାତରେ ତ୍ରିରଙ୍ଗା ପତାକା ଧରି ବନ୍ଦେ ମାତରମ୍ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଏହି ଯାତ୍ରାକୁ ଉଦ୍‌ଘାଟନ ପୂର୍ବକ ଜିଲାପାଳ ବିପତ୍ତି ସମୟରେ ଆମ ଦେଶ ଦେଶବାସୀଙ୍କ ମର୍ଯ୍ୟାଦା ଓ ସଂକଳ୍ପ ରକ୍ଷା କରିଥିବା ଦେଶର ସ୍ଥଳ, ଜଳ ଓ ଆକାଶ ବାହିନୀର ବୀର ଯବାନଙ୍କୁ ପ୍ରଣାମ ଜଣାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବନଖଣ୍ଡ ଅଧିକାରୀ ଧନରାଜ ଏଚଡି, କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ନିକୁ ସାହୁ, ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକ, ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତିର୍ମୟ ଭୁକ୍ତା, ଉପଜିଲାପାଳ ଉମାଶଙ୍କର ଦଳାଇ, ଡେପୁଟି କଲେକ୍ଟର ସଂଗ୍ରାମ କେଶରୀ ପରିଡା, ଅଭିଳାଷ ପୁରୋହିତ, ଫିରୋଜ ଖାଁ, ଜିଲା ସଂସ୍କୃତି ଅଧିକାରୀ ରମେଶ ନାୟକ, ସହକାରୀ ଜିଲାପାଳ ସନ୍ତୋଷ ଜେନା, ସରୋଜ ମଲ୍ଲିକ, ଜିଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓ, ମୁଖ୍ୟ ଜିଲା କୃଷି ଅଧିକାରୀ ପର୍ଶୁରାମ ବେହେରା, କେନ୍ଦୁଝରଗଡ଼ ପୌରପାଳିକା ନିର୍ବାହୀ ଅଧିକାରୀ, ପାରିଷଦ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଶୋଭାଯାତ୍ରା ସମାପ୍ତ ହେବାପରେ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories