www.samajalive.in
Monday, December 8, 2025
14.1 C
Bhubaneswar

ଭୋଟର ତାଲିକା ପରିବର୍ତ୍ତନକୁ ନେଇ କଂଗ୍ରେସର ଗଣଧାରଣା

ଧାମରା : ଧାମରା ନିକଟସ୍ଥ ବାଂଶଡା ପଞ୍ଚାୟତରେ ଥିବା ୧ହଜାରରୁ ଉର୍ଦ୍ଧ ଭୋଟରଙ୍କୁ ଅନ୍ୟ ପଞ୍ଚାୟତକୁ ବଦଳି କରିଦେଇ ତାଲିକା ପ୍ରକାଶନ କରିଥିବାରୁ ଏ ନେଇ ବାଂଶଡା ରାଜସ୍ୱ ନିରୀକ୍ଷକଙ୍କ ଅଫିସ ଆଗରେ କଂଗ୍ରେସ ତରଫରୁ ଗଣ ଧାରଣା ଦିଆଯାଇଥିଲା। ତଥ୍ୟରୁ ଜଣାଯାଇଛି ବାଂଶଡା ପଞ୍ଚାୟତରେ ଥିବା ଗଙ୍ଗାଧରପୁର ଏବଂ ବିଜିପୁର ରାଜସ୍ୱ ଗ୍ରାମର ୭ଶହ ଭୋଟରଙ୍କୁ ଦୀର୍ଘ ୧୦ କ.ମି ଦୂର ଧାମରା ପଞ୍ଚାୟତର ଗୋବିନ୍ଦପୁର ଭୋଟକେନ୍ଦ୍ରକୁ ବଦଳି କରାଯାଇଥିବା ବେଳେ ଛେଡାକ ରାଜସ୍ୱ ଗ୍ରାମର ୫ଶହ ରୁ ଉର୍ଦ୍ଧ ଭୋଟରଙ୍କ ଏହି ପଞ୍ଚାୟତ ତାଲିକାରୁ ବାଦ ଦେଇ ୮କି.ମି ଦୂର ଯଶିପୁର ପଞ୍ଚାୟତରେ ସାମିଲ କରାଯାଇଛି। ଏନେଇ ବାଂଶଡା ପଞ୍ଚାୟତର ସରପଞ୍ଚ,ଚାନ୍ଦବାଲି ବ୍ଲକ କଂଗ୍ରେସ କମିଟିର ସଭାପତି ଦିଗମ୍ବର ଦାସଙ୍କ ସମେତ ବହୁ ଅଧିକାରୀ ନିର୍ବାଚନ କମିଶନରଙ୍କ ଏବଂ ଭଦ୍ରକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ଏକ ଲିଖିତ ଅଭିଯୋଗ କରିବା ସହ ଏହି ତାଲିକାକୁ ପୁନଃ ସଂଶୋଧନ କରିବାକୁ ଅନୁରୋଧ କରିଥିଲେ ମାତ୍ର ଦୀର୍ଘ ୧ମାସ ପରେ ପ୍ରଶାସନ କୌଣସି ପଦକ୍ଷପ ନେଇ ନଥିବାରୁ ଶୁକ୍ରବାର ଶତାଧିକ କଂଗ୍ରେସକର୍ମୀ ଏବଂ ସ୍ଥାନୀୟ ବାସିନ୍ଦା ଏହାର ପ୍ରତିବାଦରେ ବାଂଶଡା ଠାରେ ଥିବା ରାଜସ୍ୱ ନିରୀକ୍ଷକଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ। ଶୁକ୍ରବାର ସକାଳ ୮ଟା ଠାରୁ ଆରମ୍ଭ ହୋଇଥିବା ଗଣଧାରଣା ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିଥିଲା। ପରେ ଧାମରା ଅତିରିକ୍ତ ତହସିଲଦାର ଶାନ୍ତିରାମ ହେମ୍ବ୍ରମ ଘଟଣାସ୍ଥଳକୁ ଯାଇ ସେମାନଙ୍କ ଠାରୁ ଦାବୀପତ୍ର ଗ୍ରହଣ କରିବା ସହ ସେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଏହାର ସଠିକ ତାଲିକା ପୁନଃ ପ୍ରକାଶ କରିବେ ବୋଲି ଆଶ୍ୱସନା ଦେଇଥିଲେ ପରେ ଏହି ଗଣଧାରଣାର ପ୍ରତ୍ୟାହୃତ ହୋଇଥିଲା। ଆଗାମୀ ୧୫ ଦିନ ମଧ୍ୟରେ ଏହାର ସଠିକ ତାଲିକା ପ୍ରକାଶ କରା ନଗଲେ ବାଂଶଡା ଭୋଟର ତଥା ବ୍ଲକ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ବୋଲି ବ୍ଲକ କଂଗ୍ରେସ ସଭାପତି ଦିଗମ୍ବର ଦାସ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories