www.samajalive.in
Tuesday, December 9, 2025
16.1 C
Bhubaneswar

ମନ୍ତ୍ରୀ ବିଜୟ ଶାହାଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ସମାଜ ଡିଜିଟାଲ ଡେସ୍କ: କର୍ଣ୍ଣେଲ ସୋଫିୟା କୁରେଶୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହା । ପୂର୍ବରୁ ଜବଲପୁର ହାଇକୋର୍ଟ ମନ୍ତ୍ରୀଙ୍କ ବିରୋଧରେ ଦେଶଦ୍ରୋହର ମାମଲା ରୁଜୁ କରିବାକୁ ନିର୍ଦେଶ ଦେଇଥିବା ବେଳେ ଏବେ ତାଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ଶକ୍ତ ଝଟକା । ମନ୍ତ୍ରୀଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ମନ୍ତ୍ରୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଜୟ । ହେଲେ ସୁପ୍ରିମକୋର୍ଟ କହିଛନ୍ତି ଆପଣ ଜଣେ ମନ୍ତ୍ରୀ ବୋଲି କଣ ଆପଣଙ୍କ କଥା ଶୁଣାଯିବ । ଗୁରୁବାର ଏହି ମାମଲାରୁ ଶୁଣାଣି ହାଇକୋର୍ଟରେ ହେବ । ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ତୁମେ ହାଇକୋର୍ଟ ଯିବା ଉଚିତ । ଆପଣ ଜଣେ ମନ୍ତ୍ରୀ ସେଥିପାଇଁ ଆମେ କେବଳ ଆପଣଙ୍କ କଥା ଶୁଣି ପାରିବୁ ନାହୁଁ । ଏହାସହିତ ମନ୍ତ୍ରୀଙ୍କୁ ତାଗିଦ କରି କହିଛନ୍ତି ଏଭଳି ଘଟଣାରେ ମତାମତ ଦେବା ସମୟରେ ଦାୟିତ୍ୱପୂର୍ଣ୍ଣ ଭାବେ କହିବା ଉଚିତ । ହାଇକୋର୍ଟଙ୍କ ଆଦେଶ ଉପରେ ରୋକ ଲଗାଇବାକୁ ମନା କଲେ ସର୍ବୋଚ୍ଚ ଅଦାଲତ ।

ସେପଟେ ମନ୍ତ୍ରୀ ବିଜୟ ଶାହାଙ୍କ ଅଡୁଆ ଆହୁରି ବଡିପାରେ । କାରଣ ଜବଲପୁର ହାଇକୋର୍ଟରେ ସ୍ୱତଃପ୍ରବୃତ୍ତ ଆବେଦନର ଶୁଣାଣି ଚାଲିଛି । ଜଷ୍ଟିସ୍‍ ଅତୁଲ ଶ୍ରୀଧର ଏବଂ ଜଷ୍ଟିସ୍‍ ଅନୁରାଧା ଶୁକ୍ଳାଙ୍କ ଖଣ୍ଡପୀଠରେ ଏହି ଶୁଣାଣି କରାଯାଉଛି । ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ମାମଲା ରୁଜୁ କରାଯାଇଛି । ଏକ ସଭାରେ ଯୋଗ ଦେଇ ମନ୍ତ୍ରୀ ବିଜୟ ଶାହା କର୍ଣ୍ଣେଲ ସୋଫିୟା କୁରେଶୀଙ୍କ ବିଷୟରେ ଆପତ୍ତିଜନକ ଓ ଅପମାଜନକ ମନ୍ତ୍ରବ୍ୟ ଦେଇ ବିବାଦକୁ ଆସିଛନ୍ତି । ସବୁ ମହଲରେ ତାଙ୍କୁ ନିନ୍ଦା କରାଯାଇଛି ।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories