www.samajalive.in
Tuesday, December 9, 2025
17.1 C
Bhubaneswar

ଆର୍ମିରେ କାର୍ଯ୍ୟରତ ଯବାନଙ୍କ ମୃତ୍ୟୁ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ ସମ୍ପର୍ଣ୍ଣ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ କମଳାପୁର ଗ୍ରାମରେ ଆର୍ମିରେ କାର୍ଯ୍ୟରତ ଯବାନଙ୍କ ମୃତ୍ୟୁ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ମୃତ ଜଣକ ହେଲେ ସେହି ଗ୍ରାମର ଟି.ନବୀନ ବୟସ ୨୮ ବୋଲି ପୁଲିସ କହିଛି।
ସୂଚନା ପ୍ରକାରେ କମଳାପୁର ଗ୍ରାମର ମୃତ ନବୀନ ଦିଲ୍ଲୀରେ ସିଙ୍ଗନାଲ ମେକାନିକଲ ଭାବେ ଆର୍ମିରେ କାର୍ଯ୍ୟରତ ଥିଲେ। ସେ ଗତ ରବିବାର ଦିନ ଛୁଟିରେ ଘରକୁ ଆସିଥିଲେ। ସୋମବାର ଦିନ କୌଣସି କାରଣରୁ ମୁଣ୍ଡ ବୁଲାଇବା ସହ ପେଟ କାଟିବାରୁ ତାଙ୍କୁ ପ୍ରଥମେ ବ୍ରହ୍ମପୁର ଏକ ଘୋରାଇ ମେଡିକାଲକୁ ନେଇଥିଲେ। ପରେ ଗୋଲାବନ୍ଧ ଆର୍ମି ପରିସରରେ ଥିବା ମେଡିକାଲରେ ଭର୍ତ୍ତୀ କରିଥିଲେ। ଆଜି ଭୋର ସକାଳୁ ଡାକ୍ତର  ମୃତ୍ୟୁ ଘୋଷଣା କରିଥିଲେ ।
ଏଡାପରେ ମୃତଦେହ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ପଠାଯାଇଥିବା ତାଙ୍କ ମା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୧୦/୨୫ ମାମଲା ରୁଜୁ କରି ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପରେ ମୃତ ନବୀନଙ୍କ ଶବକୁ ନିଜ ଗ୍ରାମ ସ୍ମଶାନରେ ଆର୍ମି ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ ସମ୍ପର୍ଣ୍ଣ ହୋଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories