www.samajalive.in
Sunday, December 7, 2025
18.1 C
Bhubaneswar

ଓଭରବ୍ରିଜ ନିର୍ମାଣ ସତ୍ୱେ କ୍ଷେତରାଜପୁର ମୁଖ୍ୟ ରାସ୍ତାରେ ଟ୍ରାଫିକ ଜାମ

ସମ୍ବଲପୁର: ସମ୍ବଲପୁରର କ୍ଷେତରାଜପୁର ଅଞ୍ଚଳ କେବଳ ସହର ନୁହେଁ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳି ହେଉଛି। ଏହି ଅଞ୍ଚଳକୁ ପ୍ରତି ଦିନ ଶହ ଶହ ଭାରୀଯାନ ବିଭିନ୍ନ ପ୍ରକାରର ଦୈନନ୍ଦିନ ସାମଗ୍ରୀ ନେଇ ପ୍ରବେଶ କରୁଥିବା ବେଳେ ଅଞ୍ଚଳଟି ସଙ୍କୁରିଆ ହୋଇଥିବାରୁ ଏଠାରେ ପ୍ରତ୍ୟହ ଟ୍ରାଫିକ ଜାମ ସମସ୍ୟା ଏକ ନିତିଦିନିଆ ଘଟଣା। ପୁର୍ବରୁ ଏହି ଅଞ୍ଚଳରେ ଥିବା ରେଳବାଇ ଲେଭଲ କ୍ରସିଂ ପାଇଁ ପ୍ରାୟତଃ ଟ୍ରାଫିକ ଜାମ ସମସ୍ୟା ଲାଗି ରହୁଥିବା ବେଳେ କିଛି ବର୍ଷ ତଳେ ଏକ ଓଭରବ୍ରିଜ ନିର୍ମାଣ କରାଯାଇଛି। ଏହା ପରେ ମଧ୍ୟ ସ୍ଥିତିରେ କୌଣସି ସୁଧାର ପରିଲକ୍ଷିତ ହେଉ ନାହିଁ। ରେଳବାଇ କ୍ରସିଂ ପାଇଁ ହେଉଥିବା ଟ୍ରାଫିକ ଜାମ ସ୍ଥିତି ଅବଶ୍ୟ କମିଥିବା ବେଳେ କିନ୍ତୁ ଏବେ ମଧ୍ୟ ଅଞ୍ଚଳରେ ସକାଳ ହେଉ କି ସଞ୍ଜ ହେଉ ସବୁ ସମୟରେ ଟ୍ରାଫିକ ଜାମ ସ୍ଥିତି ଲାଗି ରହିଛି।

କ୍ଷେତରାଜପୁର ଅଞ୍ଚଳର ମୁଖ୍ୟ ରାସ୍ତା ଉପରେ ଅସଂଖ୍ୟ ଜନତା ନିର୍ଭର କରୁଥିବା ବେଳେ ରାସ୍ତାଟି ଆଜିର ଆବଶ୍ୟକତା ଅନୁଯାୟୀ ବେଶ ସଙ୍କୁଚିତ ଅଟେ। ପ୍ରତ୍ୟହ ଦେଶର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ପ୍ରକାରର ସାମଗ୍ରୀ ନେଇ ଭାରୀଯାନ ଗୁଡିକ ଏହି ଅଞ୍ଚଳକୁ ଆସୁଥିବା ଏବଂ ସେମାନେ ସେହି ରାସ୍ତାରେ ଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ମାଲ ଗୁଡିକୁ ଓହ୍ଲାଉ ଥିବାରୁ ମୁଖ୍ୟ ରାସ୍ତା ପ୍ରାୟତଃ ଜାମ ରହୁଛି। ଏହି ରାସ୍ତା ସମ୍ବଲପୁର ସହରକୁ ପ୍ରବେଶ କରିବାର ଏକ ପ୍ରମୁଖ ମାର୍ଗ ମଧ୍ୟ ହୋଇଥିବା ବେଳେ କିନ୍ତୁ ପ୍ରତ୍ୟହ ଟ୍ରାଫିକ ଜାମ ସ୍ଥିତି ପାଇଁ ସହରବାସୀଙ୍କୁ ଅନେକ ସମୟରେ ବେଶ ଅସୁବିଧା ଭୋଗ କରିବାକୁ ପଡୁଛି। ଦୀର୍ଘ ବର୍ଷ ହେବ, ଏହି ସମସ୍ୟା ଅଞ୍ଚଳରେ ଲାଗି ରହିଥିବା ବେଳେ ବାରମ୍ବାର ଦାବି ପରେ ଏହି ଅଞ୍ଚଳକୁ କିଛି ବର୍ଷ ତଳେ ଭାରିଯାନ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ ସମୟ ଅତିକ୍ରମ ପରେ ଉକ୍ତ ନିୟମକୁ ଫୁ କରି ଦିଆଯାଇଛି ଏବଂ ଦିନ ହେଉ କି ରାତ୍ରି ହେଉ, ଭାରିଯାନ ଗୁଡିକ କ୍ଷେତରାଜପୁର ମୁଖ୍ୟ ରାସ୍ତାକୁ ପଶି ଆସି ରାସ୍ତା ଉପରେ ପାର୍କିଂ କରି ମାଲ ଓହ୍ଲାଇଉ ଥିବାର ଦେଖାଯାଉଛି। ଅଞ୍ଚଳବାସୀ ଦାବି କରୁଛନ୍ତି ଯେ, ସମୟ ନିର୍ଦ୍ଧାରଣ କରି ତାହାକୁ ସୁବ୍ୟବସ୍ଥିତ ଢ଼ଙ୍ଗରେ ପରିଚାଳନା କରିଲେ, ବ୍ୟବସାୟିକ ଗତିବିଧି ସହିତ ଜନତାଙ୍କ ଯାତାୟାତରେ କୌଣସି ଅସୁବିଧା ହେବ ନାହିଁ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories