www.samajalive.in
Sunday, December 7, 2025
26.1 C
Bhubaneswar

ଆତଙ୍କବାଦୀମାନେ ବହୁତ ବଡ଼ ଭୁଲ କରିଦେଇଛନ୍ତି: ମୋଦୀ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାଲଟିଥଆବା ପାକିସ୍ତାନ ସମେତ ଆତଙ୍କବାଦୀମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଶହୀଦଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି। ଆତଙ୍କବାଦୀମାନେ ବହୁତ ବଡ଼ ଭୁଲ କରିଦେଇଛନ୍ତି। କୌଣସି ପରିସ୍ଥିତିରେ ବି ସେମାନଙ୍କୁ ଛଡ଼ାଯିବ ନାହିଁ। ଆତଙ୍କବାଦ ଶେଷ କରିବାକୁ ଦୃଢ଼ ପଦକ୍ଷେପ ନିଆଯିବ। ଦୋଷୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ। ସାରା ଦେଶ ଏବେ ଏକାଠି ହୋଇ ମୁକାବିଲା କରୁଛି। ସେମାନଙ୍କୁ ନିଶ୍ଚୟ ଦଣ୍ଡ ମିଳିବ ବୋଲି ସେ ଦେଶବାସୀଙ୍କୁ ଆଶ୍ଵସନା ଦେଇଛନ୍ତି।

ସେହିପରି ଉତ୍ତରପ୍ରଦେଶର ଝାନ୍ସୀଠାରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦୀ ପୁଣି ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବିଶ୍ଵର ବଡ଼ ବଡ଼ ଦେଶ ପାକିସ୍ତାନ ସହ ସମ୍ପର୍କ ତୁଟାଇଛନ୍ତି। ଅବସ୍ଥା ଏପରି ହେଲାଣି ଯେ, ଥାଳି ଧରି ବୁଲିଲେ ବି ସାହାଯ୍ୟ ମିଳୁନି। ପାକିସ୍ତାନ ଯେଉଁ ରାସ୍ତାରେ ଚାଲିଛି ତାହା ବିନାଶର ରାସ୍ତା। ଆମେ ଯେଉଁ ରାସ୍ତାରେ ଯାଉଛୁ ତାହା କେବଳ ଉନ୍ନତିର ରାସ୍ତା। ସେମାନେ ଭାବୁଛନ୍ତ ଏଭଳି ଆକ୍ରମଣ କରି ଆମକୁ ବରବାଦ କରିଦେବେ। ଦେଶର ୧୩୦ କୋଟି ଲୋକ ଏହାର କଡ଼ା ଜବାବ ଦେବେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories