ସମାଜ ଡିଜିଟାଲ ଡେସ୍କ: ଭାରତ ବିରୋଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିବାର ବିକଳ୍ପ ରହିଛି। କିନ୍ତୁ ବର୍ତ୍ତମାନ ସମୟରେ ଏହାର ସମ୍ଭାବନା ନାହିଁ ବୋଲି କହିଛନ୍ତି ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖଓ୍ବାଜା ଆସିଫ।
ଖଓ୍ବାଜା କହିଛନ୍ତି, ଏବେ ସୁଦ୍ଧା ସେ ବିଷୟରେ ଆଲୋଚନା ହୋଇନାହିଁ। ସେ ସମୟ ଆସିବା ପୂର୍ବରୁ ଉତ୍ତେଜନା ହ୍ରାସ ପାଇଯାଇଥିବ ବୋଲି ମୁଁ ଭାବୁଛି। ନ୍ୟାସନାଲ କମାଣ୍ଡ ଅଥରିଟିଙ୍କ ସହିତ ବୈଠକ ହୋଇନାହିଁ କି ସେପରି କୌଣସି ବୈଠକ ହେବା ନେଇ ସମୟ ଧାର୍ଯ୍ୟ ହୋଇନାହିଁ।
ଭାରତ ପକ୍ଷରୁ ପାକିସ୍ତାନର ୪ଟି ବିମାନ ଘାଟି ଉପରେ ଆକ୍ରମଣ କରାଯିବା ପରେ ପ୍ରଧାନମନ୍ତ୍ରୀ ଶେହଓ୍ବାଜ ସରିଫ ନ୍ୟାସନାଲ କମାଣ୍ଡ ଅଥରିଟିଙ୍କ ସହିତ ବୈଠକ ଡକାଇଛନ୍ତି ବୋଲି ପାକ୍ ସେନା ପକ୍ଷରୁ କୁହାଯାଇଥିଲା। ଏହା ପରେ ପ୍ରତିରକ୍ଷା ମନ୍ତ୍ରୀ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି। ସୂଚନାଯୋଗ୍ୟ, ପରମାଣୁ ଅସ୍ତ୍ର ବ୍ୟବହାର କରିବାର କ୍ଷମତା ନ୍ୟାସନାଲ କମାଣ୍ଡ ଅଥରିଟିଙ୍କ ନିକଟରେ ରହିଛି।



