www.samajalive.in
Sunday, December 7, 2025
26.1 C
Bhubaneswar

ସ୍ଥଗିତ ହେବ କି ୟୁପିଏସସି ପ୍ରିଲିମ୍‌ ?

ନୂଆଦିଲ୍ଲୀ : ଭାରତୀୟ ପ୍ରଶାସନିକ ସେବା ପ୍ରାରମ୍ଭିକ ପରୀକ୍ଷା (ୟୁପିଏସସି ପ୍ରିଲିମ୍‌) ୨୦୨୫ର ତାରିଖ ପାଖେଇ ଆସୁଛି । ଚଳିତ ବର୍ଷ ୟୁପିଏସସି ପ୍ରିଲିମ୍‌ ୨୫ ମେ’ରେ ଆୟୋଜିତ ହେବାକୁ ଯାଉଥିବା ବେଳେ ପରୀକ୍ଷାର୍ଥୀ ନିଜର ଆଡ୍‌ମିଟ୍‌ କାର୍ଡ ପାଇଁ ଅପେକ୍ଷା କରିଛନ୍ତି । ମାତ୍ର ପହଲଗାଓଁ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଏହାର ପ୍ରଭାବ ଅନେକ ପରୀକ୍ଷା ଉପରେ ମଧ୍ୟ ପଡିବାର ସମ୍ଭାବନା ରହିଛି । ଫଳରେ ୟୁପିଏସସି ପରୀକ୍ଷା ଉପରେ ମଧ୍ୟ ଏହାର ପ୍ରଭାବ ପଡିପାରେ।
ୟୁପିଏସସି ପ୍ରିଲିମ ପରୀକ୍ଷାର ଆୟୋଜନ ୨୫ ମେ’ ୨୦୨୫ରେ ହେବାକୁ ପ୍ରସ୍ତାବିତ ହୋଇଥିଲା। ତେବେ ପରୀକ୍ଷାକୁ ସ୍ଥଗିତ ରଖାଯିବ କି ନାହିଁ ତାହା ପରିସ୍ଥିତି ଉପରେ ନିର୍ଭର କରିବା ସହ ସଂଘ ଲୋକ ସେବା ଆୟୋଗ (ୟୁପିଏସସି) ଏହାର ନୋଟିସ୍‌ ନିଜର ଅଫିସିଆଲ ୱେବସାଇଟ୍‌ upsc.gov.inରେ ଜାରି କରିବ ବୋଲି ସୂଚନା ମିଳିଛି।

ବଡ ଖବର ; ଏଥର ସଅଳ ମୌସୁମୀ, ମେ’ ୨୭ରେ ଛୁଇଁବ କେରଳ!

ଶନି-ବୁଧଙ୍କ ଦୁର୍ଲ୍ଲଭ ସଂଯୋଗ ; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, କିଣିବେ ଘର, ମିଳିବ ଚାକିରି..

- Advertisement -

ପାକିସ୍ତାନ ଉପରେ ପ୍ରହାରର ଦୃଶ୍ୟ, ୧୪୦ କୋଟି ଲୋକଙ୍କ ହୃଦୟକୁ ଛୁଇଁବା ଭଳି ଭିଡିଓ

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories