www.samajalive.in
Sunday, December 7, 2025
26.1 C
Bhubaneswar

୩ଦିନର ଆକ୍ରମଣରେ ଆଣ୍ଠେଇଲା ପାକିସ୍ତାନ; ଭାରତକୁ ଫୋନ୍‍ କରି ଶାନ୍ତି ପାଇଁ କଲା ଅପିଲ୍‍

ସମାଜ ଡିଜିଟାଲ ଡେସ୍କ: ଭାରତ-ପାକିସ୍ତାନ ଉତ୍ତେଜନା ପରିସ୍ଥିତି ମଧ୍ୟରେ ୟୁଟର୍ଣ୍ଣ ମାରିଛି ପାକିସ୍ତାନ । ମାତ୍ର ତିନି ଦିନର ଆକ୍ରମଣରେ ଆଣ୍ଠୁମାଡି ପଡିଛି ପାକିସ୍ତାନ । ପରମାଣୁ ଆକ୍ରମଣର ଧମକ ଦେଉଥିବା ପାକିସ୍ତାନ ଏବେ ଯୁଦ୍ଧ ଚାହୁଁ ନାହିଁ ବରଂ ଶାନ୍ତି ଚାହୁଁଛି । ସେଥିପାଇଁ ନିଜ ଆଗୁଆ ଭାରତକୁ ଶାନ୍ତି ପାଇଁ ନିବେଦନ କରିଛି । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ଭାରତ ସହିତ ଏକ ବୈଠକ କରିବାକୁ ଚାହୁଁଛି । ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ଉତ୍ତେଜନା ଶୀର୍ଷରେ ପହଂଞ୍ଚିଛି । କହିବାକୁ ଗଲେ ଯୁଦ୍ଧ ଗୋଟିଏ ପ୍ରକାର ଆରମ୍ଭ ହୋଇଯାଇଛି । ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେଉଛି ଭାରତ । ପାକିସ୍ତାନ ପକ୍ଷରୁ ହେଉଥିବା ସବୁ ପ୍ରକାର ଆକ୍ରମଣର କଡା ଜବାବ ଦେଉଛି ଭାରତୀୟ ସେନା । ଭାରତ ଶତ୍ରୁ ରାଷ୍ଟ୍ରକୁ ଏତେ ମାତ୍ରାରେ କ୍ଷତି ପହଞ୍ଚାଇଛି ଯେ ଫଳରେ ଆଣ୍ଠେଇବାକୁ ବାଧ୍ୟ ହୋଇଛି । ଶେଷରେ କୌଣସି ଉପାୟ ନପାଇ ଶାନ୍ତିର ଗୁହାରି ଲଗାଇଛି ।

ସୂତ୍ର ଅନୁଯାୟୀ ପାକିସ୍ତାନ ଉତ୍ତେଜନାକୁ ହ୍ରାସ ଓ ଶାନ୍ତି ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଛି । ଭାରତ ସହିତ ସିଧାସଳଖ ଆଲୋଚନା ପାଇଁ ଇଚ୍ଛା ପ୍ରକାଶ କରି ନୂଆଦିଲ୍ଲୀ ସହିତ ଯୋଗାଯୋଗ ସ୍ଥାପନ କରିଛି । ଯଦି ଏହା ସତ୍ୟ ହୋଇଥାଏ ତେବେ ଶନିବାର ଦିନ ପାକିସ୍ତାନରୁ ଭାରତକୁ ଏକ ଫୋନ୍‍ କଲା ଆସିଥିଲା । ଉଭୟ ଦେଶର ସେନା ମହାନିର୍ଦ୍ଦେଶଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥିଲା । ପାକିସ୍ତାନର ଡିଜିଏମଓ ନିଜେ ଫୋନ୍‍ କରି ଶାନ୍ତି ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଛନ୍ତି ।

- Advertisement -

ସୂଚନା ଅନୁସାରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଶନିବାର ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଓ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଫୋନ୍‍ କରିଥିଲେ । ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଇଥିବା ଉତ୍ତେଜନା ହ୍ରାସ ପାଇଁ ସିଧାସଳଖ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ପାକିସ୍ତାନର ଡିଜିଏମ ଫୋନ୍‍ କରି କଥା ହୋଇଥିବା କୁହାଯାଉଛି ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories