www.samajalive.in
Sunday, December 7, 2025
26.1 C
Bhubaneswar

ଅପରେସନ୍‌ ସିନ୍ଦୂରର ପ୍ରତିଶୋଧ ନେଇଥାନ୍ତା ପାକିସ୍ତାନ; ଅଣ୍ଟା ଭାଙ୍ଗିଦେଲା ଭାରତ

ନୂଆଦିଲ୍ଲୀ : ଭାରତ ‘ଅପରେସନ୍‌ ସିନ୍ଦୂର’ ଜରିଆରେ ପାକିସ୍ତାନରେ ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗି ଦେଇଛି । ଏହି ଆକ୍ରମଣ ପରେ ବିଳିବିଳେଉଥିବା ପାକିସ୍ତାନ ପ୍ରତିଶୋଧ ନେବା ପାଇଁ ଚେଷ୍ଟା କରିଛି । ପାକିସ୍ତାନ ଭାରତର ୧୫ ସହର ଉପରେ ଆକ୍ରମଣ କରିବା ପାଇଁ ଚେଷ୍ଟା କରିଥିବା ଖବର ସାମ୍ନାକୁ ଆସିଛି । ଯାହାକୁ ପଣ୍ଡ କରି ଦେଇଛନ୍ତି ଭାରତ ସରକାର।

ପାକିସ୍ତାନ ଭାରତର ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୁରଥଲା, ଲୁଧିଆନା, ଭଟିଣ୍ଡା, ଚଣ୍ଡିଗଡ, ନଲ, ଫଲୋଦୀ ଓ ଭୁଜରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଏହାର ଜବାବରେ ଭାରତ  ଏସ୍‌-୪୦୦ର ବ୍ୟବହାର କରି ପାକିସ୍ତାନରେ ହଇଚଇ ସୃଷ୍ଟି କରିଛି। ଭାରତ ପ୍ରଥମ ଥର ଏହାର ବ୍ୟବହାର କରିଛି ବୋଲି ସୂଚନା ମିଳିଛି । ପାକିସ୍ତାନ ବିରୁଦ୍ଧରେ ଏହି ଅପରେସନ୍‌ ସାରା ରାତି ଚାଲି ଥିଲା । ଭାରତ ପାକିସ୍ତାନର ଯୋଜନାକୁ ପଣ୍ଡ କରି ଦେଇଛି।

- Advertisement -

ସରକାରଙ୍କ ପକ୍ଷରୁ କୁହାଯାଇଛି, ପାକିସ୍ତାନ ସୈନ୍ୟ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇ ନାହିଁ । କେବଳ ପାକିସ୍ତାନର ଆକ୍ରମଣର ଯୋଜନାକୁ ଅକାମୀ କରାଯାଇଛି।
ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ପାକିସ୍ତାନ ଡ୍ରୋନ୍‌ ଓ ମିସାଇଲର ବ୍ୟବହାର କରି ଭାରତର ଅନେକ ସହରରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ମାତ୍ର ଭାରତ ୟୁଏଏସ ଗ୍ରିଡ୍‌ ଓ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଏହାକୁ ଧ୍ୱଂସ କରିଛି। ତଲାସି ପରେ ପାକିସ୍ତାନ ଆକ୍ରମଣର ପ୍ରମାଣ ମିଳିଥିଲା ।

୧୨ ବର୍ଷ ପରେ ବୃହସ୍ପତି କରିବେ ଏମିତି ଚଳନ ; ଏହି ରାଶିଙ୍କର ଆଉ ରହିବନି ଚିନ୍ତା, ହେବେ ଧନୀ, ହେବ ବିବାହ, ବଢିବ ଦରମା..

ସୋଫିଆଙ୍କ ଧର୍ମ କ’ଣ.. ଜାଣନ୍ତୁ ଗୁଗଲ୍‌ରେ ପାକିସ୍ତାନୀ ସର୍ଚ୍ଚ କରୁଛନ୍ତି ଏସବୁ..

ଦେଖନ୍ତୁ ଭିଡିଓ ; କେମିତି ଇଂରାଜୀରେ କଥା ହେଉଛି କାଉ..

 

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories