www.samajalive.in
Sunday, December 7, 2025
23.1 C
Bhubaneswar

ଟ୍ରକ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଲାଦେରପାଲି ଛକ ତ୍ରୁଟି ପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ୫୩ ନଂ ମୁଖ୍ୟ ଜାତୀୟ ରାଜପଥରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ତିନି ଯୁବକ ଏକ ବାଇକରେ  ଅତାବିରା ପଟୁ ଲାଦେର ପାଲି ଛକରେ ବୁଲାଣି କରି ପୁଣି ଅତାବିରା ପଟକୁ ଯିବା ସମୟରେ ବରଗଡ଼ରୁ ସମ୍ବଲପୁର ଅଭିମୁଖେ ଦ୍ରୁତ ଗତିରେ ଏକ ଟ୍ରକ ପାଖାପାଖି ପ୍ରାତଃ ୬ଘଣ୍ଟା ସମୟରେ ଜୋରରେ ଧକ୍କା ଦେଇ ଫେରାର ହୋଇଯାଇଛି। ବାଇକ୍‌ରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ସିଲେଟର ରଞ୍ଜିତ ମୀରିଗଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ବାଇକ୍ ଚାଳକ ବେଲପଡ଼ା ଗ୍ରାମର ରାଜେଶ୍ ସତନାମି(୧୮) ଓ ସିଂହପାଲି ଚମାର ପଡ଼ାର ନାବାଳକ ରଞ୍ଜନ ମେହେର ଗୁରୁତର ଥିବା ଜଣାପଡିଛି। ବେଲପଡ଼ା ଗ୍ରାମର ରାଜେଶ୍ ସିଂହ ପାଲି ଗ୍ରାମର ନିଜ ଭିଣେଇ ଘରକୁ ବିବାହ ଉତ୍ସବକୁ ଆସିଥିବାବେଳେ ସେଠାରୁ ଦୁଇ ଜଣ ଯୁବକଙ୍କ ସହ ଭିଣେଇକୁ ଗାଡ଼ି ଚାବି ମାଗି ଅତାବିରାକୁ ଯିବା ପାଇଁ କହି ଏଭଳି ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଖବର ପାଇ ଅତାବିରା ପୁଲିସ ପହଞ୍ଚି ମୃତଦେହ ଜବତ କରି ବରଗଡ଼ ଡାକ୍ତରଖାନାକୁ ପଠାଇବା ସହ ଗୁରୁତର ଯୁବକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ଅଧିକରୁ ଅଧିକ ତଦନ୍ତ ଜାରି ରଖିଛନ୍ତି ।

ବଡ ଖବର; ଉତ୍ତରକାଶୀରେ ହେଲିକପ୍ଟର ଦୁର୍ଘଟଣା, ୬ ମୃତ

ଦେଖନ୍ତୁ ଛାତିଥରା ଭିଡିଓ ; ଶିଶୁକୁ ଝାମ୍ପି ନେଇଥାନ୍ତା ବାଘ, ହେଲେ..

- Advertisement -

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories