www.samajalive.in
Sunday, December 7, 2025
23.1 C
Bhubaneswar

୧୨ରେ ଶପଥ ନେବେ ବିଚାରପତି ଦୀକ୍ଷିତ

କଟକ:ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍‌ କୃଷ୍ଣ ଶ୍ରୀପାଦ ଦୀକ୍ଷିତ ଆସନ୍ତା ୧୨ ତାରିଖ ସୋମବାର ଶପଥ ନେବେ। ଜଷ୍ଟିସ୍‌ ଦୀକ୍ଷିତଙ୍କ ଯୋଗଦାନ ପରେ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ୧୯ରେ ପହଞ୍ଚିବ। ଗତ ମାସ ୧୫ ଓ ୧୯ରେ ଅନୁଷ୍ଠିତ କଲେଜିୟମ ବୈଠକରେ ଜଷ୍ଟିସ୍‌ କୃଷ୍ଣ ଶ୍ରୀପାଦ ଦୀକ୍ଷିତଙ୍କ ସହ ମୋଟ ୭ ଜଣ ବିଚାରପତିଙ୍କୁ ବିଭିନ୍ନ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ୍‌ କରାଯାଇଥିଲା। ଏହି ସୁପାରିସକୁ କେନ୍ଦ୍ର ସରକାର ଗତ ୨ ତାରିଖରେ ଅନୁମୋଦନ କରିଥିଲେ। ଜଷ୍ଟିସ୍‌ ଦୀକ୍ଷିତ ୨୦୧୮ ମସିହା ଫେବୃଆରୀ ୧୪ରେ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୨୦ ଜାନୁଆରୀ ୭ରେ ସେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରିଆସୁଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories