www.samajalive.in
Monday, December 8, 2025
14.1 C
Bhubaneswar

ଏଲଓସିରେ ପାକିସ୍ତାନ ସେନାର ଗୁଳିବର୍ଷା: ଜଣେ ଭାରତୀୟ ଯବାନ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଲାଇନ୍‍ ଅଫ୍‍ କଣ୍ଟ୍ରୋଲରେ ହାଇଆଲର୍ଟରେ ଭାରତୀୟ ସେନା । ରଜୋରୀ, ପୁଞ୍ଚ ଆଦି ସେକ୍ଟରରେ ପାକିସ୍ତାନ ପଟୁ ଘନଘନ ଗୁଳିବର୍ଷଣ ହେଉଛି । ଅସ୍ତ୍ରବିରତି ନିୟମ ଉଲ୍ଲଘଂନ କରି ପାକ୍‍ ସେନା ଗୁଳି ବର୍ଷଣ କରିବାରୁ ଏଥିରେ ଜଣେ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ସହିଦ ଯବାନ ହେଲେ ପଞ୍ଚମରେଜିମେଣ୍ଟର ଲାନ୍ସ ନାୟକ ଦିନେଶ କୁମାର । ଭାରତୀୟ ସେନା ଅପରେସନ ସିନ୍ଦୂର ପରଠାରୁ ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଘଂନ ଜାରି ରଖିଛି । ଫଳରେ ସୀମାକୁ ଲାଗିଥିବା ଗାଁ ଗୁଡିକ ପ୍ରଭାବିତ ହୋଇଛନ୍ତି । ପାକ୍‍ ସେନାର ଗୁଳିମାଡରେ ୧୨ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ୨୬ଜଣ ନୀରିହ ଲୋକଙ୍କ ପ୍ରାଣହାନିର ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ କରି ଜୈଶ-ଇ-ମହମ୍ମଦ ଓ ଲସ୍କର-ଏ-ତୋଇବାର ୯୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories