www.samajalive.in
Sunday, December 7, 2025
13.1 C
Bhubaneswar

ଶେହବାଜ ସରିଫଙ୍କୁ ଆଇନା ଦେଖାଇଲେ ମଲାଲା; କହିଲେ ଭାରତ ନୁହେଁ ଆମ ଶତ୍ରୁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ସେନା ପାକିସ୍ତାନରେ ପଶି ଆତଙ୍କୀଙ୍କ ଠିକଣାରେ ଧ୍ୱଂସ ବିଧ୍ୱଂସ କରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ନୋବେଲ ବିଜୟୀ ତଥା ସମାଜସେବୀ ମଲାଲା ୟୁସୁଫଜାଇ । ମଲାଲା ଏକ ବଡ ବୟାନ ଦେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ସେନା ମୁଖ୍ୟ ଆସୀମ ମୁନୀରଙ୍କ ମୁହଁ ବନ୍ଦ କରିବା ସହ ଆଇନା ଦେଖାଇଛନ୍ତି । ମଲାଲା କହିଛନ୍ତି ‘ଭାରତ ହେଉଛି ଆମର ପଡୋଶୀ ଦେଶ, ଶତ୍ରୁ ନୁହେଁ । ଆମେ ପରସ୍ପର ପ୍ରତି ନଲଢି ବରଂ ଆତଙ୍କବାଦ ଓ ହିଂସା ସୃଷ୍ଟି କରୁଥିବା ବିରୋଧରେ ଲଢିବା ଦରକାର । ମଲାଲା ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ ପ୍ରିୟଜନଙ୍କୁ ହରାଇଛନ୍ତି ମୁଁ ଏହି ସମୟରେ ସେହି ସମସ୍ତ ପରିବାର ଏବଂ ଲୋକମାନଙ୍କୁ ସମବେଦନ ଜଣାଉଛି । ନୀରିହ ନାଗରିକଙ୍କୁ ହତ୍ୟା କରାଯିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଏହାସହିତ ନୀରିହ ନାଗରିକଙ୍କ ଉପରେ ଆକ୍ରମଣ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ।

ଆତଙ୍କବାଦୀଙ୍କ ବିରୋଧରେ ଆମେ ଲଢିବା ଉଚିତ, ନା କି ପରସ୍ପର ପ୍ରତି । ପାକିସ୍ତାନ ଏବଂ ପଡୋଶୀ ଦେଶ ଗୁଡିକ ଆତଙ୍କବାଦୀ ଓ ହିଂସା ବିରୋଧରେ ଲଢିବା ଉଚିତ । ସେହି ସବୁ ଶକ୍ତି ବିରୋଧରେ ଏକତ୍ର ହେବା, ଯେଉଁମାନେ ଆମକୁ ବିଭାଜନ କରି ପରସ୍ପର ପ୍ରତି ଲଢେଇବାକୁ ଚାହୁଁଛନ୍ତି । ମଲାଲା କହିଛନ୍ତି ମୋର ଆଶା ଯେ ପାକିସ୍ତାନ ଓ ଭାରତ ଏବଂ ଅନ୍ତରାଷ୍ଟ୍ରୀୟ ସମୁଦାୟ ଏହି ସମୟରେ ଏକ ହୋଇ ସେହି ସବୁ ଶକ୍ତି ବିରୋଧରେ ଲଢିବେ । ଉତ୍ତେଜନାକୁ କମ୍‍ କରିବା ସହ ଶାନ୍ତି ପାଇଁ ପ୍ରୋତ୍ସହିତ କରିବା ଜରୁରୀ । କାରଣ ଏହା ହିଁ ଆମ ସମସ୍ତଙ୍କ ପାଇଁ ଆଗକୁ ବଢିବାର ଏକମାତ୍ର ଉପାୟ । ମଲାଲା ଆହୁରି ମଧ୍ୟ କହିଛନ୍ତି ‘ମୁଁ ନିଜେ ପାକିସ୍ତାନରେ ଉଗ୍ରବାଦ ଓ ଆତଙ୍କବାଦୀଙ୍କ ଶିକାର ହୋଇଛି । ପାକିସ୍ତାନର ଲୋକମାନେ ମଧ୍ୟ ଏହାର ଶୀକାର ହୋଇଛନ୍ତି । କିନ୍ତୁ ଏହାର ମୂଳକାରଣ କଣ ତାହା ଖୋଜିବା ଜରୁରୀ । ଏହି ବିଷୟରେ ଆଷଲୋଚନା କରିବା ଜରୁରୀ । କାରଣ ମୁଁ ବିଶ୍ୱାସ କରେ ନାହିଁ ଯେ କେହି ଜନ୍ମରୁ ଆତଙ୍କବାଦୀ ଓ ଉଗ୍ରବାଦୀ ହୋଇଥାନ୍ତି । ରାଗ ଏବଂ ହିଂସା ଆମର ଶତ୍ରୁ । ମଲାଲା ଉଭୟ ଭାରତ ଓ ପାକିସ୍ତାନର ନେତାମାନଙ୍କୁ ଅନୁରୋଧ କରିଛନ୍ତି ଯେ ଉତ୍ତେଜନାକୁ ରୋକାଯାଉ । ଏଭଳି ଘଡିସନ୍ଧି ସମୟରେ ପାକିସ୍ତାନରେ ପିଲାମାନଙ୍କ ସୁରକ୍ଷା ଖାସକରି ଝିଅଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି ମଲାଲା । ଯାହାଙ୍କ ସେ କାମ କରନ୍ତି । ଅନ୍ତର୍ଜାତୀୟ ସମୁଦାୟ ବର୍ତ୍ତମାନ ପଦକ୍ଷେପ ନେବା ଜରୁରୀ । ସାମୂହିକ ସୁରକ୍ଷା ଏବଂ ସମୃଦ୍ଧତା ପାଇଁ ଶାନ୍ତି ହେଉଛି ଏକମାତ୍ର ଉପାୟ ବୋଲି ମଲାଲା କହିଛନ୍ତି ।

- Advertisement -

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories