www.samajalive.in
Sunday, December 7, 2025
26.1 C
Bhubaneswar

୭ରେ ଏୟାରଆଟାକ୍‌ ସାଇରନ୍‌- ଓଡ଼ିଶାରେ ୧୨ଟି ସ୍ଥାନରେ ହେବ ମକ୍‌ଡ୍ରିଲ୍‌

ସମାଜ ଡିଜିଟାଲ ଡେସ୍କ: ପହଲଗାଓଁ ଆତଙ୍କୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନାକୁ ନେଇ ଏବେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ମେ ୭ତାରିଖ ବୁଧବାର ଦେଶର ଅନେକ ରାଜ୍ୟରେ ହେବ ମକ୍‌ଡ୍ରିଲ୍‌ । ଆକ୍ରମଣ ହେଲେ ସାଧାରଣ ଲୋକମାନେ କଣ କରିବେ ସେନେଇ ତାଲିମ ଦିଆଯିବ । ଯେକୌଣସି ପରିସ୍ଥିତିରେ ଆକ୍ରମଣ ହେଲେ ସାଧରଣ ଲୋକ ଓ ଛାତ୍ରମାନେ କିଭଳି ସୁରକ୍ଷିତ ସ୍ଥାନକୁ ଯିବେ ତାହାର ଅଭ୍ୟାସ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ସମୟରେ ଛାତ୍ର ଏବଂ ନାଗରିକଙ୍କୁ ତାଲିମ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଓଡ଼ିଶାରେ ୧୨ଟି ସ୍ଥାନରେ ମକ୍‌ଡ୍ରିଲ କରାଯିବ । ଧାମରା, ଚାନ୍ଦିପୁର, ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, କେନ୍ଦ୍ରାପଡା, ଗୋପାଳପୁର, ପାରାଦୀପରେ ଏହି ମକ୍‌ଡ୍ରିଲ୍‌ ହେବ । ଏହାସହ ଅନ୍ୟ ୩ଟି ସ୍ଥାନରେ ବି ହୋଇପାରେ ମକ୍‌ଡ୍ରିଲ୍‌ । ଏହାପୂର୍ବରୁ ରବିବାର ଫିରୋଜପୁର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ୩୦ମିନିଟ୍‌ ପାଇଁ ବ୍ଲାକଆଉଟ ଅଭ୍ୟାସ କରାଯାଇଥିଲା । ଯେଉଁଥିରେ ରାତି ୯ଟାରୁ ୯ଟା ୩୦ମିନିଟ୍‌ ପର୍ଯ୍ୟନ୍ତ ଲାଇଟ୍‌ ବନ୍ଦ କରାଯାଇଥିଲା ।

 

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories