www.samajalive.in
Sunday, December 7, 2025
23.1 C
Bhubaneswar

ଦୀଘା ଜଗନ୍ନାଥ ମନ୍ଦିରରେ ଲାଗିଲା ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ

କଲକାତା: ଦୀଘା ମନ୍ଦିର ସାମ୍ନାରେ ଲାଗିଲା ପୁଣି ଜଗନ୍ନାଥ ଧାମ ହୋର୍ଡିଂ। ମନ୍ଦିର ସାମ୍ନାରେ ବଡ଼ ବଡ଼ ଅକ୍ଷରରେ ସ୍ଥାୟୀ ଭାବେ ଜଗନ୍ନାଥ ଧାମ ହୋର୍ଡିଂ ଲଗାଯାଇଛି। ପଶ୍ଚିମ ବଙ୍ଗ ପ୍ରଶାସନ ପକ୍ଷରୁ ରାତାରାତି ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ ଲଗାଯାଇଛି। ପୂର୍ବରୁ ଦୀଘା ଜଗନ୍ନାଥ ମନ୍ଦିରରେ ଅସ୍ଥାୟୀ ହୋର୍ଡ଼ିଂ ଲଗାଯାଇଥିଲା। ଜଗନ୍ନାଥ ଧାମ ବିବାଦ ଭିତରେ ସ୍ଥାୟୀ ହୋର୍ଡିଂ ଲଗାଯାଇଛି।

ସୋମବାର ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରରୁ ‘ଜଗନ୍ନାଥ ଧାମ’ ଲେଖାକୁ ହଟାଯାଇଥିବା ନେଇ ବିଜେପି ଆଇଟି ସେଲ୍‌ ଅଧ୍ୟକ୍ଷ ଅମିତ ମାଲବ୍ୟ ଟ୍ୱିଟ୍ କରି ସୂଚନା ଦେଇଥିଲେ । ସେ ମନ୍ଦିରର ପୂର୍ବର ଫୋଟ (ଯେଉଁଠି ଜଗନ୍ନାଥ ଧାମ ଲେଖାଯାଇଥିଲା) ଓ ପରର ଫଟୋ ପୋଷ୍ଟ କରି ‘ଏକ୍ସ’ରେ ଲେଖିଥିଲେ ଯେ, ”ପ୍ରବଳ ବିରୋଧ ପରେ ପଶ୍ଚିମବଙ୍ଗ ସରକାର ବାଧ୍ୟ ହୋଇ ଜଗନ୍ନାଥ ଧାମ ଫଳକ ହଟାଇଛନ୍ତି । ଏହା ହିନ୍ଦୁ ଏକତାର ବିଜୟ ଓ ମମତାଙ୍କ ପ୍ରତି ଶକ୍ତ ଧକ୍କା । ଯେତେବେଳେ ହିନ୍ଦୁ ଏକାଠି ହେବେ, କୌଣସି ହୀନ ରାଜନୀତି ତିଷ୍ଠିବନି ।” ତେବେ ବିଜେପି ଆଇଟି ସେଲ୍‌ ଅଧ୍ୟକ୍ଷ ଅମିତ ମାଲବ୍ୟ ଟ୍ୱିଟକୁ ଭୁଲ ପ୍ରମାଣିତ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାତାରାତି ବଡ଼ ବଡ଼  ଅକ୍ଷରରେ ସ୍ଥାୟୀ ଭାବେ ଜଗନ୍ନାଥ ଧାନ ଲେଖିବା ନେଇ ପଶ୍ଚିମବଙ୍ଗ ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ଫଳରେ ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ ସ୍ଥାୟୀ ଭାବେ ଦୀଘା ଜଗନ୍ନାଥ ମନ୍ଦିର ପରିସରରେ ବଡ଼ ବଡ଼ ଅକ୍ଷରରେ ଜଗନ୍ନାଥ ଧାମ ଲେଖାଯାଇଛି। ଏପରିକି ଦୀଘା ନିକଟରେ ଥିବା ସମୁଦ୍ର କୂଳକୁ ମଧ୍ୟ ମହୋଦଧୀ ନାମରେ ନାମିତ କରାଯାଇଥିବା ସୂଚନା ମିଳିଛି।

- Advertisement -

ପବିତ୍ର ଅକ୍ଷୟ ତୃତୀୟରେ ଦୀଘାଠାରେ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପୁରୀରୁ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ସମେତ କିଛି ଦଇତାପତି ସେବାୟତ ଯୋଗ ଦେଇଥିଲେ । ତେବେ ଏହି ମନ୍ଦିରକୁ ଜଗନ୍ନାଥ ଧାମ ବୋଲି କୁହାଯିବା ଏବଂ ପୁରୀରୁ ବଳକା ନବେକଳବର ଦାରୁରେ ଦୀଘା ଦିଅଁ ନିର୍ମାଣ ଚର୍ଚ୍ଚାକୁ ଓଡ଼ିଶାରେ ଦୃଢ଼ ବିରୋଧ କରାଯାଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories