www.samajalive.in
Sunday, December 7, 2025
26.1 C
Bhubaneswar

ଜାତି ଜନଗଣନା ପାଇଁ ରାହୁଲଙ୍କୁ କୃତଜ୍ଞତା

ଫୁଲବାଣୀ: ଦେଶରେ ଜାତିଗତ ଜନଗଣନା ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହି ପରିପ୍ରେକ୍ଷୀରେ ରବିବାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କୃତଜ୍ଞତା ଜଣାଇଛି କନ୍ଧମାଳ ଜିଲ୍ଲା କଂଗ୍ରେସ। ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାହୁଲଙ୍କ ଫଟୋଚିତ୍ରରେ କ୍ଷୀର ଢାଳି ଅଭିଷେକ କରିଥିଲେ ଦଳୀୟ ନେତା। ରାହୁଲଙ୍କ ବଳିଷ୍ଠ ଯୁକ୍ତି ଏବଂ ଲଗାତର ଉଦ୍ୟମ ଯୋଗୁଁଁ ବିଜେପି ସରକାର ଏହି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି ବୋଲି କହିଛନ୍ତି କଂଗ୍ରେସ ନେତା। କଂଗ୍ରେସ ଦଳ ସବୁବେଳେ ଦଳିତ ଓ ପଛୁଆ ବର୍ଗ ପାଇଁ ସଂଗ୍ରାମ କରି ଆସିଛି ଏବଂ ଜାତିଗତ ଜନଗଣନା ତା’ର ଏକ ବଳିଷ୍ଠ ଦୃଷ୍ଟାନ୍ତ ବୋଲି ଦଳ କହିଛି। ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡାଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ ନଗର କଂଗ୍ରେସ ସଭାପତି ଶିବଶଙ୍କର ବେହେରା, ବରିଷ୍ଠ ନେତା ଘନକୁମାର ଶବର, ହେମନ୍ତ କର, ରଜତ ମହାନ୍ତି, ସଂସାର ଭୋଇ, ଗୌରଚରଣ ବେହେରା, ଯୁବ ନେତା ଅନୁପମ କହଁର, ସଞ୍ଜୟ କହଁର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories