www.samajalive.in
Sunday, December 7, 2025
13.1 C
Bhubaneswar

ପୁଡୁଚେରୀ: ଉପରାଜ୍ୟପାଳଙ୍କ ବାସଭବନ ସମ୍ମୁଖରେ ଶୋଇ ପ୍ରତିବାଦ କଲେ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ ଏବଂ ଉପରାଜ୍ୟପାଳ କିରଣ ବେଦୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଗୁରୁବାର ଜଟିଳ ରୂପ ଧାରଣ କରିଛି। ବିଭିନ୍ନ ପ୍ରସଙ୍ଗରେ ଉପରାଜ୍ୟପାଳ ମାତ୍ରାଧିକ ହସ୍ତକ୍ଷେପ କରୁଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନ ରାଜ ନିବାସ ଆଗରେ ବୁଧବାର ବିଳମ୍ବିତ ରାତିରୁ ଧାରଣା ଦେବା ସହ ରାସ୍ତା ଉପରେ ଶୋଇ ପ୍ରତିବାଦ ଜଣାଇଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉପରାଜ୍ୟପାଳଙ୍କୁ ଏକ ଚିଠି ଲେଖି ତାଙ୍କ ଦାବି ପୂରଣ ପାଇଁ କହିଥିଲେ। ପ୍ରତ୍ୟୁତ୍ତରରେ ଏଭଳି ପ୍ରତିବାଦ ବେଆଇନ ବୋଲି କହିବା ସହ ଗୁରୁବାର ସକାଳୁ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଚେନ୍ନାଇ ଚାଲିଯାଇଥିଲେ। ତେବେ ଉପରାଜ୍ୟପାଳଙ୍କ ମାତ୍ରାଧିକ ହସ୍ତକ୍ଷେପକୁ ନେଇ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରିଛନ୍ତି। ଏଭଳି ବିବାଦ ସୃଷ୍ଟି କରିବାକୁ ମୋଦି ଉପରାଜ୍ୟପାଳଙ୍କୁ ଉତ୍ସାହିତ କରୁଥିବା ସେ କହିଛନ୍ତି। କ୍ୟାବିନେଟ ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବାରେ ଉପରାଜ୍ୟପାଳଙ୍କର ଅଧିକାର ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୬ରୁ ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଲାଗିରହିଛି। ଉପରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ନ କରି ସରକାରୀ ଅଧିକାରୀମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ନିର୍ଦେଶ ଜାରି କରୁଛନ୍ତି। ନିକଟରେ ୨ ଚକିଆ ଯାନ ଚାଳକମାନଙ୍କୁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ବୋଲି ଉପରାଜ୍ୟପାଳ ନିର୍ଦେଶ ଦେଇଥିଲେ। ଏକକାଳୀଳ ଏହି ନିୟମ କାର୍ଯ୍ୟକାରୀ କରାଯିବାକୁ ସେ ଚାହୁଁଥିବା ବେଳେ ମୁଖ୍ୟମନ୍ତ୍ରୀ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଏହାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବାକୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories