www.samajalive.in
Sunday, December 7, 2025
18.1 C
Bhubaneswar

କେନ୍ଦୁ ପତ୍ର ବୋଝେଇ ଗାଡି ଜବତ

କୋକସରା : ବନ ବିଭାଗକୁ ବଡ ସଫଳତା। ଗତକାଲି ବିଳମ୍ବିତ ରାତିରେ କୋକସରା  ବ୍ଲକ ଗୋତୋମୁଣ୍ଡା ପିପଲଝାପର ନିକଟରେ କେନ୍ଦୁପତ୍ର ଚୋରାଚାଲାଣ ହେଉଥିବାବେଳେ ଏକ ଗାଡି ଜବତ ହୋଇଛି। ସୂଚନା ଅନୁସାରେ ବିଜୁ ଏକ୍ସପ୍ରେସ ୱେ ବଡକେନ୍ଦୁଗୁଡା ବଜାର ପଡିଆ ନିକଟରେ କେନ୍ଦୁପତ୍ର ବୋଝେଇ ଏକ ଗାଡିକୁ କେନ୍ଦୁପତ୍ର ସିଜନାଲ କର୍ମଚାରୀ ମାନେ ଅଟକାଇ କାଗଜ ପତ୍ର ଦେଖାଇବା ପାଇଁ କହିଥିଲେ। ହେଲେ ଡ୍ରାଇଭର ଜଣକ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ପରେ ବନବିଭାଗ ଏବଂ କେନ୍ଦୁପତ୍ର ବିଭାଗ କର୍ମଚାରୀ ପହଞ୍ଚି ଘଟଣା ସ୍ଥଳରୁ ପତ୍ର ବୋଝେଇ ଗାଡିଟିକୁ ବିଜମରା ସେଣ୍ଟ୍ରାଲ ଗୋଦାମକୁ ନେଇ ଯାଇଥିଲେ। ଆମପାଣି ପଞ୍ଚାୟତ କନ୍ଦାଗଡ ଠାରୁ ରାବନଗୁଡା ପର୍ଯ୍ୟନ୍ତ ଦୀର୍ଘ ବର୍ଷ ହେଲା କେନ୍ଦୁପତ୍ର ଚୋରାଚାଲାଣ ହେଉଛି। ଯାହା ଫଳରେ କେନ୍ଦୁପତ୍ର ବିଭାଗ କର୍ମଚାରୀ ମାନେ କାମଧନ୍ଦା ହରାଉଥିବା ବେଳେ ଦଲାଲ ମାନେ ମାଲାମାଲ ହେଉଛନ୍ତି । ଘଟଣା ସ୍ଥଳରେ ଧର୍ମଗଡ଼ ବନାଞ୍ଚଳ ଅଧିକାରୀ ଭବାନୀ ଶଙ୍କର କୁଅଁର ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories