ଭୁବନେଶ୍ୱର : ଆଜି ପବିତ୍ର ଅକ୍ଷୟ ତୃତୀୟା ପର୍ବ। ଏହି ଦିନ ଅଧିକାଂଶ ଲୋକେ ସୁନା ଓ ରୁପା ଅଳଙ୍କାର କିଣିବାକୁ ଇଚ୍ଛା କରନ୍ତି । ତେବେ ଗତ କିଛି ଦିନ ଧରି ସୁନା ଦାମ୍ ହୁ ହୁ ହୋଇ ବୃଦ୍ଧି ପାଇ ଲକ୍ଷେ ଟଙ୍କା ଅତିକ୍ରମ କରିଥିବା ଏବେ ଗ୍ରାହକଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସୁନା ଦର ହ୍ରାସ ହୋଇଛି । ଏପ୍ରିଲ ୩୦ ଅର୍ଥାତ୍ ବୁଧବାର ସୁନା ଦର ସାମାନ୍ୟ କମିଛି ।
୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୭,୯୧୦ ଟଙ୍କା ରହିଛି । ଗତକାଲି ଏହା ୯୭,୯୭୦ ଟଙ୍କା ଥିଲା । ଏଥିରେ ୬୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୮୯,୭୫୦ ଟଙ୍କା ରହିଛି । ଗତକାଲି ଏହା ୮୯, ୮୦୦ ଥିଲା । ଏଥିରେ ୫୦ ଟଙ୍କା ହ୍ରାସ ହୋଇଛି ।
ଅକ୍ଷୟ ତୃତୀୟାରେ କେଉଁ ଜିନିଷ କିଣିବା ଉଚିତ୍, ଅନୁଚିତ୍, କ’ଣ କରିବେ ଦାନ, ଶୁଭ ସମୟ..
୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୭୩,୪୪୦ ଟଙ୍କା ରହିଛି। ଗତକାଲି ଏହା ୭୩,୪୮୦ ଟଙ୍କା ଥିଲା। ଏଥିରେ ୪୦ ଟଙ୍କା ହ୍ରାସ ହୋଇଛି।
ସେହିପରି ରୁପା ଦାମ୍ ମଧ୍ୟ କମ୍ ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୦,୦୦୦ ରହିଛି । ଗତକାଲି ଏହା ୧୧,୧୦୦ ରହିଛି । ଏଥିରେ ୧,୧୦୦ ଥିଲା ।
ଜାଣନ୍ତୁ ଅକ୍ଷୟ ତୃତୀୟାରେ ରାଶି ଅନୁଯାୟୀ କ’ଣ କିଣିଲେ : ବର୍ଷିବ ମା’ଲକ୍ଷ୍ମୀଙ୍କ କୃପା



