www.samajalive.in
Sunday, December 7, 2025
18.1 C
Bhubaneswar

ଅକ୍ଷୟ ତୃତୀୟାରେ କେଉଁ ଜିନିଷ କିଣିବା ଉଚିତ୍‌, ଅନୁଚିତ୍‌, କ’ଣ କରିବେ ଦାନ, ଶୁଭ ସମୟ..

ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ପର୍ବକୁ ସୁଖ-ସମୃଦ୍ଧି, ସୌଭାଗ୍ୟ, ଓ ନୂଆ କାମ ଆରମ୍ଭ ହେବାର ଦିନ ବୋଲି ଜଣାଯାଏ । ଏହି ଦିନ ମୁଖ୍ୟତଃ ଧନର ଦେବୀ ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଏ । ଏହି ଦିନ ସୁନା, ରୁପା ସହ ଅନ୍ୟାନ୍ୟ କିଛି ଜିିନିଷ କିଣିବା ଦ୍ୱାରା ଘରେ ସୁଖସମୃଦ୍ଧି, ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ବୋଲି ମାନ୍ୟତା ରହିଛି । ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ । ଚଳିତ ବର୍ଷ ଏପ୍ରିଲ ୩୦ ବୁଧବାର ଅକ୍ଷୟ ତୃତୀୟା ପାଳନ କରାଯାଉଛି । ଏହି ଦିନ ସର୍ବାର୍ଥ ସିଦ୍ଧି ଯୋଗ, ରୋହିଣୀ ନକ୍ଷତ୍ର, ଶୋଭନ ଯୋଗ ହେଉଛି । ଜାଣନ୍ତୁ ଏହି ଦିନ କେଉଁ ଜିନିଷ କିଣିବା ଉଚିତ୍‌ ଓ ଅନୁଚିତ୍‌..

ଧାର୍ମିକ ମାନ୍ୟତା ଅନୁଯାୟୀ, ଅକ୍ଷୟ ତୃତୀୟା ଦିନ ସୁନା,ରୁପାର ଯେକୌଣସି ଅଳଙ୍କାର କିଣିପାରିବେ । ଏହା ବ୍ୟତୀତ ଏହି ଦିନ ଲୁଣ କିଣିଲେ କରଜରୁ ମୁକ୍ତି ମିଳିଥାଏ ବୋଲି ମାନ୍ୟତା ରହିଛି ।

ଦୀର୍ଘ ବର୍ଷ ପରେ ଅକ୍ଷୟ ତୃତୀୟାରେ ଲକ୍ଷ୍ମୀନାରାୟଣ ରାଜଯୋଗ; ଆଜି ଠାରୁ ଏହି ରାଶିଙ୍କୁ ମାଲାମାଲ୍‌ କରିବେ ମା’ଲକ୍ଷ୍ମୀ, ବଢିବ ଦରମା, ରହିବନି ଚିନ୍ତା

- Advertisement -

ଏହି ଦିନ ମାଟିର ପାତ୍ର, ଯଅ, କଉଡି, ପିତ୍ତଳ ବାସନ, ତୁଳସୀ ବୃକ୍ଷ, ହଳଦିଆ ସୋରିଷ ମଧ୍ୟ କିଣି ପାରିବେ । ଗାଡି ମଧ୍ୟ କିଣି ପାରିବେ । ଏହି ଦିନ ଏସବୁ ଜିନିଷ କିଣିଲେ ଘରେ ଓ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ।
କ’ଣ କିଣିବେ ନାହିଁ..
ଲୁହା ଜିନିଷ
କଣ୍ଟାଜାତୀୟ ଗଛ
ଧାରୁଆ, ମୁନିଆ ଜିନିଷ
କଳା ରଙ୍ଗର ଜିନିଷ
ପୁରୁଣା ବ୍ୟବହାର ହୋଇଥିବା ଜିନିଷ

କ’ଣ କରିବେ ଦାନ..
ତରଭୁଜ
କାକୁଡି
ମିଶ୍ରି
ଛତୁ
ଚାଉଳ
ଲୁଣ
ଘିଅ
ଫଳ
ଛତା

ଏପ୍ରିଲ ୩୦ ଅକ୍ଷୟ ତୃତୀୟାରେ ସକାଳ ୬ଟା ୧୧ ମିନିଟ୍‌ରୁ ଦିନ ୨ଟା ୧୨ ମିିନିଟ୍‌ ପର୍ଯ୍ୟନ୍ତ ଅଧିକ ଶୁଭ ସମୟ ରହିଛି ।

ଜାଣନ୍ତୁ ଅକ୍ଷୟ ତୃତୀୟାରେ ରାଶି ଅନୁଯାୟୀ କ’ଣ କିଣିଲେ : ବର୍ଷିବ ମା’ଲକ୍ଷ୍ମୀଙ୍କ କୃପା

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories