www.samajalive.in
Tuesday, December 9, 2025
26.1 C
Bhubaneswar

ଶନି କଲେ ନକ୍ଷତ୍ର ପରିବର୍ତ୍ତନ : ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ, କାହାକୁ ମିଳିବ ଚାକିରି, କିଏ ହେବେ ମାଲାମାଲ୍‌..

ନ୍ୟାୟର ଦେବତା,କର୍ମଫଳ ଦାତା ଶନି ଦେବ ଅକ୍ଷୟ ତୃତୀୟା ପୂର୍ବରୁ ନକ୍ଷତ୍ର ପରିବର୍ତ୍ତନ କରି ସାରିଛନ୍ତି। ଶନି ନିଜ ଉତ୍ତରାଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବା ପରେ ଏହାର ଶୁଭ ପ୍ରଭାବ ମିଳିବ। ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ପଡିବା ସହ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ହଠାତ୍‌ ଧନ ପ୍ରାପ୍ତି ହେବ । ଚାକିରିରେ ଉନ୍ନତି ସହ ଜୀବନରେ ଥିବା ସମସ୍ୟା ଦୂର ହେବ। ଜାଣନ୍ତୁ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ପରେ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ କି ପ୍ରଭାବ ପଡିବ..

ମେଷ- କର୍ମକ୍ଷେତ୍ରରେ ଧିରେ ଧିରେ ସଫଳତା ମିଳିବ । ଖର୍ଚ୍ଚ ବୃଦ୍ଧି ହୋଇପାରେ । ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍‌ ହୁଅନ୍ତୁ । ଦାୟିତ୍ୱ ବଢିବ । ଧୈର୍ଯ୍ୟର ସହ କାମ କଲେ ସଫଳତା ମଧ୍ୟ ମିଳିବ ।

- Advertisement -

ବୃଷ- ଏହି ରାଶିଙ୍କୁ ଶୁଭଫଳ ମିଳିବ । କର୍ମକ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ । ସମାଜରେ ମାନ-ସମ୍ମାନ ବୃଦ୍ଧି ହେବ । ବନ୍ଧୁଙ୍କ ସହ ଭେଟ ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ମାତ୍ର ଟଙ୍କା ଭାବିଚିନ୍ତି ନିବେଶ କରନ୍ତୁ । ପରିବାର ସଦସ୍ୟଙ୍କ ସହ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମିଥୁନ- କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡି ପାରେ । ଖର୍ଚ୍ଚ ବଢିବ । ମାତ୍ର ସଫଳତା ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି । ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ।

କର୍କଟ- କର୍ମକ୍ଷେତ୍ର ଓ ଶିକ୍ଷାରେ ମିଶ୍ରିତ ଫଳ ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି । ସଂଘର୍ଷ କରିବେ । ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ । ପେଟ ଜନିତ ସମସ୍ୟା ହୋଇପାରେ ।

ସିଂହ – ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ନିଦ ଓ ରକ୍ତଚାପ ଜନିତ ସମସ୍ୟା ହୋଇପାରେ । ଚେଷ୍ଟା କରି ସଫଳତା ପାଇବେ ।

କନ୍ୟା- ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ । ଆର୍ଥିକ କ୍ଷେତ୍ରରେ ଲାଭବାନ୍‌ ହେବେ । ପେଟ ଓ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଆସିପାରେ । ନିୟମିତ ଧ୍ୟାନ ଓ ଯୋଗ କରନ୍ତୁ ।

ତୁଳା- ଚାକିରିର ସୁଯୋଗ ମିଳିବ । ଦାୟିତ୍ୱ ବଢିବ । ପରିଶ୍ରମର ଫଳ ନିଶ୍ଚୟ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ସ୍ୱାସ୍ଥ୍ୟ ପ୍ରତି ଅଣଦେଖା କରନ୍ତୁ ନାହିଁ । ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ ।

ବିଛା- କର୍ମକ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ । ଆର୍ଥିକ କ୍ଷେତ୍ରରେ ସ୍ଥିରତା ରହିବ । ପ୍ରେମ ସମ୍ପର୍କରେ ଉତ୍ଥାନପତନ ଦେଖାଦେଇପାରେ । ନକରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ ।

ଧନୁ- ଘରେ ସୁଖସମୃଦ୍ଧି ବୃଦ୍ଧି ହେବ। ନୂଆ ନୂଆ ଜିନିଷ କିଣିବେ । ଦାୟିତ୍ୱ ବଢିବ । ଖର୍ଚ୍ଚାନ୍ତ ହୋଇପାରନ୍ତି । ସ୍ୱାସ୍ଥ୍ୟ ସହ ଜଡିତ ହାଡ ଜନିତ ସମସ୍ୟା ହୋଇପାରେ । ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ ।

ମକର- ଯାତ୍ରାର ଯୋଗ ରହିଛି । ଆପଣଙ୍କ ବାଣୀ ଓ ବୁଦ୍ଧି କାରଣରୁ ସଫଳତା ପାଇବେ । ପରିବାର ସଦସ୍ୟଙ୍କ ସହ ଉତ୍ତମ ସମ୍ପର୍କ ରହିବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ଗଳା, ତ୍ୱଚା ଜନିତ ସସମ୍ୟା ହୋଇପାରେ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ନୂଆ ନୂଆ ସୁଯୋଗ ମିଳିବ ।

କୁମ୍ଭ- ଆୟରେ ବୃଦ୍ଧି ସହ ଧନ ସଞ୍ଚୟ କରିବେ । କର୍ମକ୍ଷେତ୍ରରେ ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇବେ । ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ମତଭେଦ ଦୂର ହେବ । ସ୍ଥାୟୀ ସଫଳତା ମିଳିବ । ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ ।

ମୀନ- ଦାୟିତ୍ୱ ବଢିବ। କର୍ମକ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା  ହୋଇପାରେ । ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି ।

ଦେଖନ୍ତୁ ଭିଡିଓ; କୁଲ୍‌ଫି ଖାଇବା ବେଳେ ବାହାରିଲା ବ୍ଲେଡ୍‌,ଆଉ ତା’ପରେ..

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories