www.samajalive.in
Sunday, December 7, 2025
18.1 C
Bhubaneswar

ପ୍ରତିଶ୍ରୁତି ରଖିଲେନି, ଆନ୍ଦୋଳନକୁ ଓହ୍ଲାଇଲେ ଲୋୟରଇନ୍ଦ୍ର ବିସ୍ଥାପିତ

ଖଡିଆଳ: ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଲୋୟରଇନ୍ଦ୍ର ପ୍ରକଳ୍ପ ବିସ୍ଥାପିତ। ବିଭିନ୍ନ ସମସ୍ୟା ସମାଧାନ ଲାଗି ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ନ ହେବାରୁ ବୁଧବାରଠାରୁ ବିସ୍ଥାପିତମାନେ ଡ୍ୟାମ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଓ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଏଥିରେ ୨ ହଜାରରୁ ଊର୍ଦ୍ଧ୍ଵ ମହିଳା, ପୁରୁଷ ଏବଂ ଛାତ୍ରୀଛାତ୍ର ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, ଜଳଭଣ୍ଡାର ପାଇଁ ଅଧିଗୃହୀତ ଚାଷଜମି ଓ ଘରଡିହର ବର୍ଦ୍ଧିତ କ୍ଷତିପୂରଣ ପ୍ରଦାନ, ୧୯୯୪ ଡ୍ୟାମ ପଲିସି ଅନୁସାରେ ମୂଳ ବିସ୍ଥାପିତ ହୋଇଥିବା ୨୫ ଶହ ବିସ୍ଥାପିତଙ୍କୁ ବର୍ଦ୍ଧିତ ଅନୁକମ୍ପା ରାଶି ପ୍ରଦାନ ଆଦି ବିଭିନ୍ନ ଦାବି ପୂରଣ ଲାଗି ଲୋୟରଇନ୍ଦ୍ର ବିସ୍ଥାପିତ ସହାୟତା ସମିତି ପକ୍ଷରୁ ଖଡିଆଳ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଡ୍ୟାମ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଓ ନୂଆପଡା ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇ ଆସୁଛି। କିନ୍ତୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଗତ ଜାନୁୟାରୀ ୩୦ରେ ସମିତି ପକ୍ଷରୁ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଥିଲା। ଏହାପରେ ବିସ୍ଥାପିତ ମାନଙ୍କ ସହିତ ଡ୍ୟାମର ମୁଖ୍ୟ ନିର୍ମାଣଯନ୍ତ୍ରୀ, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ, ନୂଆପଡା ଅତିରିକ୍ତ ଜିଲାପାଳ ଆଲୋଚନା କରି ଫେବୃୟାରୀ ୧୦ ସୁଦ୍ଧା ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଫଳରେ ସେତେବେଳେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା। ଫେବୃୟାରୀ ୧୦ ମଧ୍ୟରେ ସମସ୍ୟା ସମାଧାନ ନ ହେଲେ ଫେବୃୟାରୀ ୧୩ରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଲୋୟରଇନ୍ଦ୍ର ବିସ୍ଥାପିତ ସହାୟତା ସମିତିର ସଭାପତି ଅଲେଖ ମାଝି ଓ ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ବିସ୍ଥାପିତମାନେ ତିଖାଲି ଡ୍ୟାମ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଓ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଏଥିରେ ପରିବେଶବିତ ତଥା ଲୋକଶକ୍ତି ଅଭିଯାନର ରାଜ୍ୟ ସଭାପତି ପ୍ରଫୁଲ୍ଲ ସାମନ୍ତରା, ପଶ୍ଚିମ ଓଡିଶା କୃଷକ ସଂଘ ଆବାହକ ଲିଙ୍ଗରାଜ ବାବୁ, ପଶ୍ଚିମ ଓଡିଶା ବିକାଶ ପରିଷଦ ସମନ୍ୱୟ ସମିତି ଜିନ୍ଦାବାଦ ସଙ୍ଗଠନର ଆବାହକ ତ୍ରିଲୋଚନ ପୁଞ୍ଜି, ଲୋୟର ସୁକତେଲ ବୁଡି ଅଞ୍ଚଳ ସଂଗ୍ରାମ ପରିଷଦର ସମ୍ପାଦକ ସତ୍ୟ ବନଛୋର, ଭୁବନେଶ୍ୱରର ସମାଜସେବୀ ସନ୍ଦୀପ ପଟ୍ଟନାୟକ, ନୂଆପଡା ଜିଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ସଞ୍ଜୟ ତିୱାରୀ, ବିଜେପି ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଯଦୁମଣୀ ପାଣିଗ୍ରାହୀ, ବିସ୍ଥାପିତ ମଞ୍ଚର ସମ୍ପାଦକ ପିରିତରାମ ରାଉତ, ବିସ୍ଥାପିତ ସହାୟତା ସମିତିର ଉପଦେଷ୍ଟା କରୁଣାକର ହୋତା ପ୍ରମୁଖ ଯୋଗଦେଇଛନ୍ତି।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories