www.samajalive.in
Sunday, December 7, 2025
13.1 C
Bhubaneswar

ଆତଙ୍କବାଦୀ ପାଳୁଛୁ: ପାକ୍‌ ମନ୍ତ୍ରୀ

ଇସଲାମାବାଦ : ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ନେଇ ଭାରତ ଅଭିଯୋଗ କରୁଥିବାବେଳେ ଇସଲାମାବାଦ ଏହାକୁ ସ୍ବୀକାର କରିଛି। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଏକ ଗଣମାଧ୍ୟମକୁ ସାକ୍ଷାତକାର​‌ ଦେଇ କରିଛନ୍ତି ଯେ ଇସଲାମାବାଦ ଦୀର୍ଘ ତିନି ଦଶନ୍ଧି ଧରି ଆତଙ୍କବାଦୀ ସଂଗଠନକୁ ଅସ୍ତ୍ରଶସ୍ତ୍ର, ପାଣ୍ଠି ଯୋଗାଇବା, ପ୍ରଶିକ୍ଷଣ ଦେବା ସହିତ ଅନ୍ୟାନ୍ୟ ସହଯୋଗ କରିଆସୁଛି। ଦୀର୍ଘ ୩୦ ବର୍ଷ ଧରି ପାକିସ୍ତାନର ଆତଙ୍କବାଦୀ ପରିପାଳନକୁ ସେ ଘୃଣ୍ୟ କାମ ବୋଲି କହିଛନ୍ତି। ଆମେରିକା, ବ୍ରିଟେନ ଓ ପାଶ୍ଚାତ୍ୟ ଦେଶଗୁଡିକ ଲାଗି ପାକିସ୍ତାନ ଏପରି କାର୍ଯ୍ୟ କରୁଛି। ସେ କହିଛନ୍ତି ଯେ ଆତଙ୍କବାଦୀଙ୍କୁ ସହଯୋଗ କରିବା ପାକିସ୍ତାନ ପାଇଁ ବଡ ଭୁଲ୍। ଏହାଦ୍ବାରା ପାକିସ୍ତାନ ବହୁତ କ୍ଷତି ସହୁଛି। ପାକିସ୍ତାନ ନିଜେ ମଧ୍ୟ ଆତଙ୍କବାଦର ଶିକାର ହୋଇଆସୁଛି। ସୋଭିଏତ୍ ରାଷ୍ଟ୍ର ସଂଘ ବିରୋଧରେ ଅତୀତରେ ଆମେରିକାର ଶୀତଳଯୁଦ୍ଧକୁ ପାକିସ୍ତାନ ସହଯୋଗ କରିଥିଲା।​‌ ଏହା ପରେ ଅଲକାଏଦା ଆତଙ୍କବାଦୀ ସଂଗଠନ ଓସାମା ବିନ୍‌ ଲାଡେନ୍‌ ଷଡ଼ଯନ୍ତ୍ରରେ ଆମେରିକାର ୱାର୍ଲ୍ଡ ଟ୍ରେଡ୍‌ ସେଣ୍ଟର ଓ ପେଣ୍ଟାଗନ୍‌ ଉପରେ ବିମାନ ଆକ୍ରମଣ କରିଥିଲା। ପରେ ଅଲ୍‌କାଏଦା ମୂଳୋତ୍ପାଟନ ପାଇଁ ଆମେରିକା ଆଫଗାନିସ୍ତାନ ବିରୋଧରେ ସାମରିକ ଅଭିଯାନ ଚଳାଇଥିଲା। ଆମେରିକାର ଏହି ଅଭିଯାନକୁ ପାକିସ୍ତାନ ସେତେବେଳେ ସମର୍ଥନ କରିଥିଲା। ପାକିସ୍ତାନର ଏହି ସମର୍ଥନ ପରବର୍ତ୍ତୀକାଳରେ ନିଜ ପାଇଁ ଆତ୍ମଘାତୀ ହୋଇଥିଲା। କାରଣ ଅଲ୍‌କାଏଦା ପକ୍ଷରୁ ପାକିସ୍ତାନରେ କ୍ରମାଗତ ବିସ୍ଫୋରଣ ଓ ଆତଙ୍କବାଦୀ କାର୍ଯ୍ୟକଳାପ କରାଯାଇଥିଲା। ଏଥିପାଇଁ ଇସ୍‌ଲାମାବାଦ୍‌କୁ ବହୁମୂଲ୍ୟ ଦେବାକୁ ପଡ଼ିଛି ବୋଲି ଆସିଫ୍‌ କହିଛନ୍ତି।
ଆସିଫ୍‌ ପରୋକ୍ଷରେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଓ ପୃଷ୍ଠପୋଷକତା ଯୋଗାଇ ଆସୁଥିବା ସ୍ବୀକାର କରିଥିଲେ ମଧ୍ୟ ପହଲଗାଓଁରେ ପର୍ଯ୍ୟଟକଙ୍କ ଉପରେ ପାକ୍‌ ପ୍ରାୟୋଜିତ ଆକ୍ରମଣକୁ ଅସ୍ବୀକାର କରିଛନ୍ତି। ଏହି ଆକ୍ରମଣକାରୀ ଆତଙ୍କବାଦୀ ନୁହଁନ୍ତି ବରଂ କାଶ୍ମୀରର ମୁକ୍ତି ସଂଗ୍ରାମୀ ବୋଲି କହି ଆସିଫ୍‌ ଅନ୍ତର୍ଜାତୀୟ ସମୁଦାୟକୁ ବିଭ୍ରାନ୍ତ କରିବାକୁ ଅପଚେଷ୍ଟା କରିଛନ୍ତି। ପହଲଗାଓଁ ଆତଙ୍କବାଦୀ ଆକ୍ରମଣକୁ ପ୍ରସଙ୍ଗରେ ଆସିଫ୍ କହିଛନ୍ତି ଯେ ଭାରତ ଏପରି ଆକ୍ରମଣ ଜାଣିଶୁଣି ଘଟାଇଛି। ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି କରିବାକୁ ଭାରତ ଏପରି ଆକ୍ରମଣ ଘଟାଇଛି। ଆକ୍ରମଣ ପାଇଁ ଯେଉଁ ଲସ୍କର-ଇ-ତୋଇବା ସଂଗଠନକୁ ଦାୟୀ କରାଯାଇଛି ତାହା ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇଗଲାଣି। ଲସ୍କର-ଇ-ତୋଇବାର ସହଯୋଗୀ ସଂଗଠନ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ୍‌) ଆକ୍ରମଣ ଘଟାଇଛି ବୋଲି ଦାବି କରାଯାଉଛି। ମାତ୍ର ଟିଆରଏଫ୍ ଭଳି କୌଣସି ସଂଗଠନର ନାମ ସେ କେବେ ହେଲେ ଶୁଣି ନାହାନ୍ତି ବୋଲି ଆସିଫ୍ କହିଛନ୍ତି। ପହଲଗାଓଁ ଆକ୍ରମଣକୁ ପାକିସ୍ତାନ ସରକାର ନିନ୍ଦା କରିଛନ୍ତି। ପହଲଗାଓଁ ଆକ୍ରମଣକୁ ନେଇ ପାକିସ୍ତାନ ଉପରେ ଭାରତ ଯଦି କୌଣସି ପ୍ରକାର ଆକ୍ରମଣ କରେ ତେବେ ପ୍ରତ୍ୟକ୍ଷ ଯୁଦ୍ଧ ହେବ। ଆଉ ଆଣବିକ ଶକ୍ତି ସମ୍ପନ୍ନ ଦୁଇ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ହେବା ନିଶ୍ଚିତ ରୂପେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହେବ ବୋଲି ଆସିଫ୍‌ ଫାଙ୍କା ଧମକ ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories