ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମୁରାଦାବାଦରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ବାଇକ୍ ଚଲାଉଥିବା ସମୟରେ ହିଁ ହୃଦଘାତର ଶିକାର ହୋଇଛନ୍ତି । ଚଳନ୍ତା ବାଇକ୍ରେ ତାଙ୍କୁ ହୃଦଘାତ ହୋଇଛି । କିଛି ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଉଛି । ଏହି ଘଟଣା ମୁରାଦାବାଦ ଥାନା କଟଘର କ୍ଷେତ୍ରର ପଚପେରୱା ଅଞ୍ଚଳରେ ଘଟିଛି । ସମ୍ପୂର୍ଣ୍ଣ ଘଟଣାଟି ସିସିଟିଭିରେ କଏଦ ହୋଇଛି । ଏହି ଘଟଣା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ଯୁବାଙ୍କ ନିକଟରେ ବଢୁଥିବା ହୃଦଘାତର ମାମଲା ବଢି ଚାଲିଛି ।
मुरादाबाद में एक युवक का बाइक चलाते समय अचानक पड़ा दिल का दौरा मौके पर मौत pic.twitter.com/lgOVuAMWxe
— Priya singh (@priyarajputlive) April 23, 2025
ସିସିଟିଭି ଫୁଟେଜରେ ସ୍ପଷ୍ଟ ଭାବେ ଦେଖାଯାଉଛି, ପ୍ରାୟ ୨୨ ବର୍ଷର ଜଣେ ଯୁବକ ନିଜ ବାଇକ୍ରେ ରାସ୍ତାରେ ଯାଉଥିଲେ । ମାତ୍ର କିଛି ସେକେଣ୍ଡରେ ବାଇକ୍ରେ ଯାଉଥିବା ସମୟରେ ହଠାତ୍ ପଡି ଯାଉଛନ୍ତି । ସଙ୍ଗେ ସଙ୍ଗେ ଲୋକେ ରାସ୍ତାରେ ଏକାଠି ହୋଇ ତାଙ୍କୁ ସିପିଆର ଦେଇ ଜୀବନ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ରାସ୍ତାରେ ଛଟପଟ ହୋଇ ତାଙ୍କ ଜୀବନ ଚାଲି ଯାଉଛି । ଘଟଣାସ୍ଥଳରେ ଥିବା ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଲୋକେ ଭିଡିଓ ଦେଖିବା ପରେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।



