www.samajalive.in
Sunday, December 7, 2025
26.1 C
Bhubaneswar

ଜାଣନ୍ତୁ ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରିବାର ଉପକାରିତା

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ବିଭିନ୍ନ ଉପାୟ ଅବଲମ୍ବନ କରିଥାଉ। ଏହି କାରଣରୁ ବହୁ ଭାବି ଚିନ୍ତି ଆମେ ବିଭିନ୍ନ ଦ୍ରବ୍ୟର ମଧ୍ୟ ବ୍ୟବହାର କରୁ। କ’ଣ ଖାଇବା, କେଉଁ ସମୟରେ ଖାଇବା, ବ୍ୟାୟାମ କରିବା ଭଳି ବିଭିନ୍ନ ଉପାୟ କରିଥାଉ। ମାତ୍ର ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ଆମେ ରୋଷେଇ ଘରେ ବ୍ୟବହାର କରୁଥିବା ବାସନକୁସନ ଆମ ସ୍ୱାସ୍ଥ୍ୟ ଉପରେ ବହୁ ପ୍ରଭାବ ପକାଇଥାଏ। ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରିବା ଓ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ। ଏଥିରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ବହୁତ ସ୍ୱାଦିଷ୍ଟ ଓ ପୌଷ୍ଟିକ ଅଟେ। ଜାଣନ୍ତୁ ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରିବା କିଭଳି ଲାଭଦାୟକ ଅଟେ….
ସ୍ୱାଦିଷ୍ଟ ଭୋଜନ –
ମାଟି ପାତ୍ରରେ ପ୍ରସ୍ତୁତ ଖାଦ୍ୟ ଅନ୍ୟ ବାସନରେ ପ୍ରସ୍ତୁତ ଖାଦ୍ୟ ଅପେକ୍ଷା ଅଧିକ ସ୍ୱାଦିଷ୍ଟ ଲାଗିଥାଏ। ଏଥିରେ ପ୍ରସ୍ତୁତ ଖାଦ୍ୟ ସଠିକ ଭାବେ ପ୍ରସ୍ତୁତ ହେବା ସହ ଖାଦ୍ୟରେ ଥିବା ଭିଟାମିନ ନଷ୍ଟ ହୋଇନଥାଏ।
ପୁଷ୍ଟିଯୁକ୍ତ ଆହାର –
ମାଟି ପାତ୍ରରେ ପ୍ରସ୍ତୁତ ଖାଦ୍ୟ ଅଧିକ ପୁଷ୍ଟିଯୁକ୍ତ ହୋଇଥାଏ। ଏହି ଖାଦ୍ୟ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ। ମାନସିକ ଦୁଶ୍ଚିତା ମଧ୍ୟ କମ ହୋଇଥାଏ।
ପ୍ରସ୍ତୁତ ଖାଦ୍ୟକୁ ଗରମ କରିବା ମଧ୍ୟ ଆବଶ୍ୟକ ନୁହେଁ –
ପ୍ରସ୍ତୁତ ଖାଦ୍ୟକୁ ବାରମ୍ବାର ଗରମ କରିବା ଦ୍ୱାରା ଏଥିରେ ଥିବା ଭିଟାମିନ ସମ୍ପୂର୍ଣ୍ଣ ନଷ୍ଟ ହୋଇଥାଏ। ସେହି ଭୋଜନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। କାରଣ ଏପରି ବହୁ ଖାଦ୍ୟପଦାର୍ଥ ରହିଛି ଯାହାକୁ ଗରମ କରିବା ଦ୍ୱାରା ତାହା ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ରୋଗ ସୃଷ୍ଟି କରିଥାଏ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories