ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପହଲଗାମରେ ଆକ୍ରମଣ ପରେ ଭାରତ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛି । ଏହି ଆକ୍ରମଣ ସାରା ଦେଶବାସୀଙ୍କୁ ଏକ ଶକ୍ତ ଧକ୍କା ଦେବା ସହ ଚାରିଆଡେ ଆକ୍ରୋଶ ଦେଖାଯାଉଛି । ଏହା ମଧ୍ୟରେ ପାକିସ୍ତାନର ଦୂତାବାସ ବାହାରେ ଆଶ୍ଚର୍ଯ୍ୟ କରିବା ଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେଉଛି । ଦୂତାବାସରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କେକ୍ ନେଇ କାର୍ଯ୍ୟାଳୟ ଭିତରକୁ ଯାଉଥିଲେ । ସେହି ସମୟରେ ସେଠାରେ ଉପସ୍ଥିତି ଥିବା କିଛି ସାମ୍ବାଦିକ ମାନେ ତାଙ୍କୁ ପ୍ରଶ୍ନ କରିଥିଲେ, କେଉଁ ଉତ୍ସବ ପାଳନ ପାଇଁ କେକ୍ ନେଇ ଅଫିସ୍କୁ ଯାଉଛନ୍ତି । ବ୍ୟକ୍ତି ଜଣକ ସାମ୍ବାଦିକଙ୍କ ପ୍ରଶ୍ନର ସାମ୍ନା ନକରି ସେଠାରୁ ପଳାଇବାକୁ ଚେଷ୍ଟା କରୁଥିବା ଦେଖାଯାଉଛି ।
While India mourns, the Pakistan High Commission is celebrating with cake.pic.twitter.com/C9dljJ1jMB
— Rishi Bagree (@rishibagree) April 24, 2025
ପହଲଗାମ ଆକ୍ରମଣ ପରେ, ଭାରତ ନୂଆଦିଲ୍ଲୀରେ ପାକିସ୍ତାନ ଦୂତାବାସରେ ନିୟୋଜିତ ତିନି ସେନାର ପ୍ରତିରକ୍ଷା ପରାମର୍ଶଦାତାଙ୍କୁ ୭ ଦିନ ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି। ଏହା ସହିତ ଭାରତ, ଇସଲାମାବାଦରେ ନିୟୋଜିତ ସାମରିକ ପରାମର୍ଶଦାତାମାନଙ୍କୁ ମଧ୍ୟ ଫେରାଇ ଆଣିଛି । ଏହି ନିଷ୍ପତ୍ତି ପୂର୍ବରୁ ଉଭୟ ଦେଶର ଦୂତାବାସରେ ୫୫ ଜଣ କର୍ମଚାରୀ ଉପସ୍ଥିତ ଥିଲେ। ଏବେ ୩୦ ଜଣ ଅଛନ୍ତି । ପାକିସ୍ତାନ ଦୂତାବାସ ବାହାରେ ସୁରକ୍ଷା ବ୍ୟବସ୍ଥା ହ୍ରାସ କରାଯାଇଛି। ପୂର୍ବରୁ, ଏଠାରେ ସବୁବେଳେ ଦିଲ୍ଲୀ ପୁଲିସ କର୍ମଚାରୀ ନିୟୋଜିତ ହେଉଥିଲେ। ବର୍ତ୍ତମାନ ଗଣମାଧ୍ୟମ ପ୍ରତିନିଧିମାନେ କେବଳ ଏଠାରେ ଉପସ୍ଥିତ ଅଛନ୍ତି।
ଅକ୍ଷୟ ତୃତୀୟାରେ ଶନି-ଗୁରୁ ଚଳନ: ଏହି ରାଶିଙ୍କୁ କରିବେ ଧନୀ, ମିଳିବ ଚାକିରି,ବଢିବ ଦରମା..
‘ହେ ଭଗବାନ ଆମକୁ ରକ୍ଷା କର’; ଦେଖନ୍ତୁ ପହଲଗାମ୍ ଆକ୍ରମଣ ସମୟର ଆଉ ଏକ ଛାତିଥରା ଭିଡିଓ



